fbpx

ବଡ ଖବର: ରାଜ୍ୟରେ ଆଉ ୧୪୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୨ ।୬(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୪୩ ଜଣ କରୋନା ବଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଞ୍ଚିଲା ।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମରୁ ଆଜି ସର୍ବାଧିକ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ-୨୦, ଖୋର୍ଦ୍ଧା-୧୬, ନୟାଗଡ-୧୩, ବାଲେଶ୍ୱର-୧୩, ସୁନ୍ଦରଗଡ-୧୨, କେନ୍ଦ୍ରାପଡା-୧୦, କଳାହାଣ୍ଡି-୬, ସମ୍ବଲପୁର-୫, ଭଦ୍ରକ-୪, ଢେଙ୍କାନାଳ-୩, କେନ୍ଦୁଝର-୨, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡା, ବରଗଡ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.