NEWSODISHATOP STORIESWEATHER

ଅସମ୍ଭାଳ ହେଉଛି ତାତି, ୪୦ ଡିଗ୍ରୀ ତାପମାତ୍ରା ଉପରେ ୧୩ଟି ସହର

ଭୁବନେଶ୍ୱର,୨୨ ।୫(ଓଡିଶା ଭାସ୍କର): ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଛି ତାତି । ରାଜ୍ୟରେ ପ୍ରାୟ ୧୩ଟି ସହର ୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଥିବା ବେଳେ ସବୁଠାରୁ ଉତ୍ତପ୍ତ ସହରରେ ରହିଛି ତାଳଚେର । ତେବେ ଆଜି ତାଳଚେରରେ ୪୪.୩ ଡିଗ୍ରୀ ସମେତ ବଲାଙ୍ଗୀରରେ ୪୪, ସମ୍ବଲପୁରରେ ୪୩.୯ ଡିଗ୍ରୀ, ଟିଟିଲାଗଡରେ ୪୩.୫, ଝାରସୁଗୁଡାରେ ୪୩.୬, ସୋନପୁରରେ ୪୩.୨ ଓ ହୀରାକୁଦରେ ୪୨.୩ ଡିଗ୍ରୀ ତାପମାତ୍ରା ରହିଛି । ଏହା ସହ ଫୁଲବାଣୀରେ ୪୧.୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୫, ଚାନ୍ଦବାଲିରେ ୪୧.୧,ସୁନ୍ଦରଗଡ ଓ ମାଲକାନଗିରିରେ ୪୧ ଡିଗ୍ରୀ ତାପମାତ୍ରା ରହିଛି । ତେବେ ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ଯଥାକ୍ରମେ ୩୭.୭ ଓ ୩୭.୬ ଡିଗ୍ରୀ ତାପମାତ୍ରା ରହିଛି ।

Show More

Leave a Reply

Your email address will not be published. Required fields are marked *

Related Articles