ELECTION 2019NATIONALNEWSPOLITICSTOP STORIES

ଭୋଟ ଗଣତି ବେଳେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ,୨୨/୫ : ଆଉ କେଇ ଘଣ୍ଟାର ଅପେକ୍ଷା । ବାହାରିବ ଭାଗ୍ୟର ଫଳ । ଏହାକୁ ନେଇ ନେତାଠୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାର୍ଟବିଟ ବଢିଯାଇଛି । ଆଉ ସମସ୍ତେ ସେଇ କ୍ଷଣକୁ ଚାହିଁ ରହିଛନ୍ତି । କିଏ ମାରିବ ବାଜି । ଏହାରି ଭିତରେ ଭୋଟ ଗଣତି ସମୟରେ ହେବାକୁ ଥିବା ବିଭିନ୍ନ ପ୍ରକାର ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟକୁ ସତର୍କ କରାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିପାଇଁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିପିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କବାଣୀ ଦେଇଛି । ଭୋଟ ଗଣତି ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଷ୍ଟ୍ରଙ୍ଗରୁମ ଓ ଭୋଟ ଗଣତି କେନ୍ଦ୍ରକୁ କଡା ସୁରକ୍ଷା ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles