fbpx

ଚୀନର ୩ଟି କମ୍ପାନୀକୁ ଲାଗିଲା ଶକ୍ତ ଝଟକା! ୫ ହଜାର କୋଟିର ପ୍ରୋଜେକ୍ଟ ଉପରେ ରୋକ୍ ଲଗାଇଲା ମହାରାଷ୍ଟ୍ର

ଚୀନ୍-ଭାରତ ସୀମା ଲଦାଖର ଗାଲୱାନ ଘାଟୀରେ ସଂଘର୍ଷ ଚୀବନକୁ ବେଶ ମହଙ୍ଗା ପଡିଛି । ଭାରତର ୨୦ ଯବାନ ସହିଦ ହେବା ପରେ ଚୀନ ଉପରେ ଲୋକଙ୍କ କ୍ରୋଧ ବଢିଯାଇଛି । ଏନେଇ ଅନେକ ଜାଗାରେ ଲୋକାମନେ ଚୀନ୍ ଜିନିଷକୁ ତ୍ୟାଗ କରିବାରେ ଲାଗିଛନ୍ତି । ଏପରିକି ଚୀନର ବହୁ ସାରା ପ୍ରୋଜେକ୍ଟ ମଧ୍ୟ ବାତିଲ କରାଯାଉଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାର ମଧ୍ୟ ଚୀନକୁ ଶକ୍ତ ଝଟକା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ମହାରାଷ୍ଟ୍ର ସରକାର ଚୀନର ୩ ଟି ବଡ ପ୍ରୋଜେକ୍ଟ ଉପରେ ରୋକ୍ ଲଗାଇଛନ୍ତି । ଏହି ପ୍ରୋଜେକ୍ଟର ମୂଲ୍ୟ ପାଖାପାଖି ୫ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଆସିବା ପରେ ଏହି ମାମଲାରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯିବ ।

ତେବେ ବନ୍ଦ କରିଦିଆଯାଇଥିବା ପ୍ରୋଜେକ୍ଟ ମଧ୍ୟରେ ରହିଛି ପୁନେ ତାଲେଗାଁଓର ଇଲେକ୍ଟ୍ରି କ ଯାନ କାରଖାନା । କୁହାଯାଉଛି ଯେ, ଏହା ୩୫୦୦ ହଜାର କୋଟିର ପ୍ରୋଜେକ୍ଟ ଥିବା କମ୍ପାନୀ ଏଥିରେ ୧୦୦୦ କୋଟି ନିବେଶ କରିଥାନ୍ତା । ଏହି କମ୍ପାନୀରେ ୧୫୦୦ ଲୋକଙ୍କୁ ରୋଜଗାର ମିଳିଥାନ୍ତା । ଏହା ପୂର୍ବରୁ ବିଏଏସଏନଏଲ ଓ ଭାରତୀୟ ରେଳ ବିଭାଗ ପକ୍ଷରୁ ଚୀନକୁ ଝଟକା ଦିଆଯାଇଛି ।

Get real time updates directly on you device, subscribe now.