fbpx

ମାଡ଼ି ଆସୁଛି କୁତବମିନାରଠାରୁ ଚାରିଗୁଣା ବଡ଼ ଗ୍ରହାଣୁ, ଜାଣନ୍ତୁ କେଉଁଦିନ ହେବ ପୃଥିବୀର ନିକଟତର..

ନୂଆଦିଲ୍ଲୀ, ୨୨ା୬: ସାରା ବିଶ୍ୱ ଏବେ କରୋନା ନେଇ ଚିନ୍ତିତ ଅବସ୍ଥାରେ ଥିବା ବେଳେ କୁତବମିନାରଠାରୁ ଚାରିଗୁଣା ଓ ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ତିନିଗୁଣା ବଡ଼ ଏକ ଗ୍ରହାଣୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଏହି ଗ୍ରହାଣୁର ନାମ ରହିଛି ୨୦୧୦ ଏନୱାଇ ୬୫ । ଏହାର ଲମ୍ବ ୧୦୧୭ ଫୁଟ ।

ଏହି ଗ୍ରହାଣୁଟି ଘଣ୍ଟା ପ୍ରତି ୪୬,୪୦୦ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଗ୍ରହାଣୁଟି ୨୪ଜୁନ ଅପରାହ୍ନ ୧୨.୧୫ରେ ପୃଥିବୀ ନିକଟବର୍ତ୍ତୀ ହେବ ବୋଲି ଜଣାପଡ଼ିଛି । ପୃଥିବୀଠାରୁ ପ୍ରାୟ ୩୭ ଲକ୍ଷ କିଲୋମିଟର ଦୂରରେ ଏହି ଗ୍ରହାଣୁ ଗତି କରିବ ବୋଲି ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଆକଳନ କରିଛି । ନାସାର ବୈଜ୍ଞାନିକମାନେ ପୃଥିବୀଠାରୁ ୭୫ ଲକ୍ଷ କିଲୋମିଟର ପାଶ୍ୱର୍ରେ ଗ୍ରହାଣୁ ଗତି କରିବାକୁ ଯାଉଥିଲେ ତାହା ବିପଦ ବୋଲି ବିବେଚନା କରନ୍ତି । ଏବେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁ କେତେ ବିପଦ କର ଏହା ସ୍ପଷ୍ଟ ହୋଇନାହିଁ ।


ତେବେ ଜୁନ ମାସରେ ପୃଥିବୀ ନିକଟତର ଦେଇ ଗତି କରୁଥିବା ଏହା ହେଉଛି ତୃତୀୟ ଗ୍ରହାଣୁ । ଆଗରୁ ଜୁନ ୬ ଓ ୮ରେ ମଧ୍ୟ ପୃଥିବୀ ପାଶ୍ୱର୍ ଦେଇ ଗ୍ରହାଣୁ ଗତି କରିଥିଲା ।

Get real time updates directly on you device, subscribe now.