fbpx

ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ ମ୍ୟାଚ, ସୁରକ୍ଷା ପାଇଁ ମୁତୟନ ହେବେ ପୋଲିସ ଫୋର୍ସ

କଟକ, ୧୯ା୧୨(ଓଡ଼ିଶା ଭାସ୍କର): ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ଆଜି ଭୁବନେଶ୍ୱରରେ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ୍ ପହଞ୍ଚିବେ । ଖେଳାଳିଙ୍କ ରହିବା ପାଇଁ ହୋଟେଲ ମେ ଫେୟାରରେ ବ୍ୟବସ୍ଥା ମଧ୍ୟ ହୋଇଛି । ଖେଳାଳିଙ୍କ ସୁରକ୍ଷା ନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ସୁରକ୍ଷା ପାଇଁ ୨୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଖେଳାଳିଙ୍କ ସ୍ୱତନ୍ତ୍ର କାର୍କେଡ଼ରେ ଷ୍ଟାଡ଼ିଅମକୁ ନିଆଯିବ । ଟ୍ରାଫିକ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଆବଶ୍ୟକ ପଡ଼ିଲେ ଘରୋଇ ନିରାପତ୍ତା ଯୋଗାଯିବ ବୋଲି ଡିସିପି କହିଛନ୍ତି ।

ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଧାଡିରେ ଠିଆ ହୋଇ ଟିକେଟ୍ ନେଉଛନ୍ତି ଶହ ଶହ କ୍ରିକେଟ୍ ପ୍ରେମୀ । ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ୍ ବିକ୍ରି ହେବ । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ ନେଇପାରିବେ ।

Get real time updates directly on you device, subscribe now.