BUSINESSNATIONALNEWSTECHTOP STORIES

ମାତ୍ର ୧୭୯୯ ଟଙ୍କାରେ ଲଞ୍ଚ ହେଲା ଏହି ଫୋନ, ଗ୍ରାହକ ପାଇପାରିବେ ସମସ୍ତ ପ୍ରକାର ସୁବିଧା

ନୂଆଦିଲ୍ଲୀ,୨୫/୫ : ମାତ୍ର ୧୭୯୯ ଟଙ୍କାରେ ଲଞ୍ଚ ହୋଇଛି ଏକ ନୂଆ ଫୋନ । ଯାହା ମଧ୍ୟରେ ଗ୍ରାହକ ପାଇପାରିବେ ସମସ୍ତ ପ୍ରକାର ସୁବିଧା । ଯଦି ଆପଣ ଏଭଳି ଏକ ଫୋନ ଚାହୁଁଛନ୍ତି, ଯେଉଁଥିରେ ଦମଦାର ବ୍ୟାଟେରୀ ସହ ସେହି ଫୋନରୁ ଆଉ ଏକ ଫୋନ ଚାର୍ଜ କରିବାର ସୁବିଧା ଥିବ ତେବେ ଜିଭି ଏନ୩୭୨୦ ମୋବାଇଲ ଆପଣଙ୍କ ପାଇଁ ବେଶ୍ ଭଲ ରହିବ । ଏହି ଫୋନରେ ରିଭର୍ସ ଚାର୍ଜିଂର ସପୋର୍ଟ ଦିଆଯାଇଛି । ଯାହା ସାହାଯ୍ୟରେ ୟୁଏସବି ଜରିଆରେ ଚାର୍ଜ କରିହେବ । ଗ୍ରାହକଙ୍କ ପାଇଁ ଏହି ଫୋନ ବ୍ଲାକ ଗୋଲ୍ଡ ଓ ବ୍ଲାକ ବ୍ଲୁ କଲରରେ ଉପଲବ୍ଧ ରହିଛି । ଏଥିରେ ୪୦୦୦ଏମଏଏଚର ବ୍ୟାଟେରୀ ଦିଆଯାଇଛି । ଏହାଛଡା ପାୱାର ସେଭିଂ ମୋଡ, ଏଲଇଡି ଫ୍ଲାସ ଲାଇଟ, ଏମପି୩, ଏମପି୪, ଅଟୋ କଲ ରେକର୍ଡର, ମୋବାଇଲ ଟ୍ରାକର, ୩.୫ ଏମଏମ ହେଡଫୋନ ମଧ୍ୟ ମିଳିବ ।

Show More

Leave a Reply

Your email address will not be published. Required fields are marked *

Related Articles