BUSINESSNEWSTECHTOP STORIES

ଏଣିକି ହ୍ୱାଟସ ଆପରେ ଦେଖିବାକୁ ମିଳିବ ବିଜ୍ଞାପନ, ଜାଣନ୍ତୁ କ’ଣ ଅଛି ଖାସ ?

ନୂଆଦିଲ୍ଲୀ,୨୫/୫ : ଆପଣମାନେ ସମସ୍ତେ ବେଶ୍ ଭଲଭାବେ ଜାଣିଥିବେ ଯେ, ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ ଆପ୍ ପ୍ରତି ମାସରେ ନିହାତି କିଛି ନା କିଛି ନୂଆ ଫିଚର ଯୋଡୁଛି । ଆଉ ଏବେ ଏକ ନୂଆ ଜିନିଷ ମଧ୍ୟ ଦେଖିବାକୁ ମିଳିବ ହ୍ୱାଟସ ଆପରେ । ୟୁଟ୍ୟୁବ ଓ ଫେସବୁକ ପରି ଏବେ ହ୍ୱାଟସ ଆପରେ ମଧ୍ୟ ବିଜ୍ଞାପନ ଦେଖିବାକୁ ପାଇବେ ଉପଭୋକ୍ତା । ନେଦରଲ୍ୟାଣ୍ଡରେ ଆୟୋଜିତ ଫେସବୁକ ମାର୍କେଟିଂ ସମିତିରେ କମ୍ପାନି ଏ ନେଇ ସ୍ପଷ୍ଟୀକରଣ ଦେଇଛି । ତେବେ ଆସନ୍ତା ବର୍ଷ ହ୍ୱାଟସ ଆପ ଷ୍ଟାଟସ ପେଜରେ ଉପଭୋକ୍ତାଙ୍କୁ ଏହି ବିଜ୍ଞାପନ ଦେଖିବାକୁ ମିଳିବ । ଗତ ବର୍ଷ ଅକ୍ଟୋବର ମାସରୁ ଏହା ଉପରେ କମ୍ପାନୀ ଆଲୋଚନା କରୁଥିଲା । ଯାହାକୁ ଆଡଭାଟାଇଜର୍ସଙ୍କ ପାଇଁ ବ୍ୟବହାର କରାଯିବ । ତେବେ ହ୍ୱାଟସ ଆପ ଷ୍ଟାଟସ ଟ୍ୟାବରେ ଏବେ ଏହି ଫିଚରକୁ ଯୋଡା ଯାଉଛି, ଯେଉଁଥିରେ ଆଡଭାଟାଇଜର୍ସ ନିଜର ବିଜ୍ଞାପନ ଦେଖିପାରିବେ ।

Show More

Leave a Reply

Your email address will not be published. Required fields are marked *

Related Articles