BUSINESSHOMES & GARDENSNATIONALNEWSTECHTOP STORIES

ଆସିଲା ରିମୋଟ ଟଏଲେଟ

ପୁନେ,୨୬/୫ : ଏଣିକି ରିମୋଟ କଣ୍ଟ୍ରୋଲ ଦ୍ୱାରା ଅପରେଟ କରିହେବ ଟଏଲେଟ । ଏହା ନିଶ୍ଚିତ ରୂପେ ଏକ ଆଶ୍ଚର୍ଯ୍ୟକର କଥା । ମାତ୍ର ହାଇ ଟେକ୍ନୋଲେଜୀରେ ସବୁକିଛି ସମ୍ଭବ । ଘରସଫା କରୁଥିବା ରୋବଟ ଭାକ୍ୟୁମ କ୍ଲିନର ହେଉ କିମ୍ବା ଭଏସ କମାଣ୍ଡରେ କାମ କରୁଥିବା ସ୍ମାର୍ଟ ଡିଭାଇସ । ଏବେ ଘର ବି ସ୍ମାର୍ଟ ଟେକ୍ନୋଲୋଜୀ ସହ ଜଡିତ ହୋଇସାରିଛି । ଏଥିରୁ ଟଏଲେଟ ଅବା କିପରି ବାଦ ପଡିବ । ବଜାରରେ ଏବେ ସ୍ମାର୍ଟ ଟଏଲେଟ ମଧ୍ୟ ପ୍ରବେଶ କରିସାରିଲାଣି । ଏବେ ଆସନ୍ତୁ ଜାଣିବା ଏହା କିପରି କାମ କରେ ? ଆଉ ଏହାର ଫାଇଦା କ’ଣ ?
ଏବେ ସମସ୍ତ ଟଏଲେଟ ରିମୋଟ ସହ ଆସୁଛି । ଆଉ କେତେକରେ ସ୍କ୍ରିନ ଟଚ ମଧ୍ୟ ଉପଲବ୍ଧ ହେଉଛି । ରିମୋଟ ଦ୍ୱାରା ଆପଣ ପାଣିର ଚାପ ଓ ତାପମାନ ସେଟ କରିପାରିବେ । ଏଥିରେ ଏଭଳି ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି ଯେ, ଆପଣ କେତେବେଳେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ସେ ଜାଣିପାରିବ । ଆପେଆପେ ଖୋଲି ହେବା ସହ କଭର ମଧ୍ୟ ହଟିଯାଏ । ରିମୋଟରେ ମଧ୍ୟ ଆପଣ ଏହା କରିପାରିବେ । ମାତ୍ର ବ୍ୟବହାର ପରେ ଏହା ଅଟୋମେଟିକ ବନ୍ଦ ହୋଇଯାଏ । ବାଥରୁମରେ ପ୍ରବେଶ କରିବା ମାତ୍ରେ ଏଥିରେ ଲାଗିଥିବା ଏଲଇଡି ବଲ୍ୱ ଅନ ହୋଇଯାଇଥାଏ । ଏହି ଫିଚର ଆମ୍ବିଏଣ୍ଟ ଲାଇଟ ଉପରେ ଆଧାରିତ ହୋଇଥିବା ବେଳେ ଅନ୍ଧାର ସମୟରେ ଏହା ଆପେ ଆପେ ଚାଲୁ ହୋଇଥାଏ । ଟଏଲେଟର ବ୍ୟବହାର ସମୟରେ ଫ୍ଲସ ମଧ୍ୟ ଅଟୋମେଟିକ ଚାଲୁ ହୋଇଥାଏ । ଇଣ୍ଟେଲିଜେଣ୍ଟ ଟଏଲେଟରେ ପ୍ରିଲୋଡେଡ ମ୍ୟୁଜିକ ରହିଥାଏ । ଯାହା ଆପେଆପେ ଚାଲେ । ମାତ୍ର ଆପଣ ଚାହିଁଲେ ଏହାକୁ ବଦଳାଇ ପାରିବେ । ଏହିଭଳି ବିଭିନ୍ନ ଫିଚର ସହ ଉପଲବ୍ଧ ହେଉଛି ରିମୋଟ ଟଏଲେଟ ।

Show More

Leave a Reply

Your email address will not be published. Required fields are marked *

Related Articles