fbpx

ବାହାଘରରେ ବାଧା ଉପୁଜୁଥିଲେ କରନ୍ତୁ ଏହି ଉପାୟ

ଯଦି ଆପଣଙ୍କ ବାହାଘର ବାରମ୍ବାର ଭାଙ୍ଗିଯାଉଛି, ବା ସେପରି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ମଣିଷର ସବୁକିଛି ବାସ୍ତୁଶାସ୍ତ୍ର ସହ ଜଡିତ ରହିଥାଏ । ଯଦି ବିବାହରେ ସମସ୍ୟା ରହିଥାଏ, ତେବେ ଆମେ କୁଣ୍ଡଳୀ ସହିତ ବାସ୍ତୁକୁ ଦେଖାଯାଏ । ଯଦି ଆପଣ ଏହି ସମସ୍ୟାଠାରୁ ଦୂରେଇ ଯିବାକୁ ଚାହଉଁଛନ୍ତି, ତେବେ ଆପଣାନ୍ତୁ ଏହି ଉପାୟ..

୧-ଭୁଲ ଦିଗରେ ଶୋଇବା ଦ୍ୱାରା ବିବାହ ପରି ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ଏପରି ପରିସ୍ଥିତିରେ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଉଚିତ୍ ନୁହେଁ ।
୨- କଳା ରଙ୍ଗ ବହୁତ ଝିଅଙ୍କୁ ବହୁତ ପସନ୍ଦ ଆସିଥାଏ, କିନ୍ତୁ ବାହାଘର ପାଇଁ ଏହା ହାନିକାରକ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ବିବାହରେ କଳା ରଙ୍ଗ ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ । ତେଣୁ, କଳା ଜିନିଷଠାରୁ ଯଥାସମ୍ଭବ ଦୂରେଇ ରୁହ ।
୩- ଯେଉଁ ରୁମରେ ଆପଣ ଶୁଅନ୍ତି, ତାହାର ରଙ୍ଗ ଆପଣଙ୍କ ଜୀବନରେ ପ୍ରଭାବ ପକାଇଥାଏ । ଏନେଇ ରୁମର ରଙ୍ଗ କେବେ ଅନ୍ଧାର ହେବା ଉଚିତ୍ ନୁହେଁ । କାରଣ ଡାର୍କ ରଙ୍ଗ ଆପଣଙ୍କ ମନରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁସାରେ, ହାଲୁକା ରଙ୍ଗକୁ ଶୁଭ କୁହାଯାଏ । ତେଣୁ ଆପଣ ରୁମକୁୁ ଉଜ୍ଜ୍ୱଳ, ହଳଦିଆ, ଗୋଲାପୀ ରଙ୍ଗରେ ସଜେଇ ପାରିବେ ।

Get real time updates directly on you device, subscribe now.