fbpx

ଜୁନୋଟିକ ରୋଗ ପ୍ରତିବର୍ଷ ନିଏ ୨୦ଲକ୍ଷ ଜୀବନ, ଜାଣନ୍ତୁ ଏହା କ’ଣ

ବର୍ତ୍ତମାନ କରୋନା ଭାଇରସରେ ବିଶ୍ୱ ଘାଣ୍ଟି ହେଉଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଷେଧକ ଟୀକା ମଧ୍ୟ ବହାରି ପାରିନାହିଁ । ଏହାର କାରଣ ମଣିଷମାନେ ବନ୍ୟ ଜନ୍ତୁମାନଙ୍କୁ ମାରି ତାକୁ ଖାଉଛନ୍ତି । ଏହାସହ ପରିବେଶ ମଧ୍ୟ ଦୂଷିତ କରିବାରେ ଲାଗିଛନ୍ତି । ପରିବେଶ ପ୍ରଦୂଷଣ, ବନ୍ୟଜନ୍ତୁଙ୍କୁ ହତ୍ୟା, ଜଳବାୟୁ ପରିବର୍ତ୍ତନ ଏହି ସବୁ ଭାଇରସ ଭଳି ବିପଦଜନକ ରୋଗ ପାଇଁ ଦାୟୀ ଅଟେ ।


ସେହିପରି ବିଶେଷଜ୍ଞମାନେ କହିଛନ୍ତି ଯେ ପଶୁ ଓ ପକ୍ଷୀଙ୍କଠାରୁ ମଶିଷ ପର୍ଯ୍ୟନ୍ତ ବ୍ୟାପୁଥିବା ରୋଗ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବୈଜ୍ଞାନିକଙ୍କ ଭାଷାରେ ଜୁନୋଟିକ କୁହାଯାଇଥାଏ । ଏନେଇ ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ମଣିଷ ପରିବେଶ ଏବଂ ବନ୍ୟଜନ୍ତୁ ହେପାଜତରେ ନରଖିବା ତେବେ ଆମେ ଆହୁରି ବିପଦ ସଙ୍କୁଳ ଅବସ୍ଥାକୁ ଗତି କରିବା । ରିପୋର୍ଟ ଅନୁସାରେ ଆମ ଶରୀରେ ପ୍ରୋଟିନ ବଢ଼ାଇବା ପାଇଁ ଆମେ ବନ୍ୟଜନ୍ତୁ ଶିକାର କରି ଭକ୍ଷଣ କରିଥାଉ । କିନ୍ତୁ ଶେଷରେ ମଣିଷ ଏହାର ନିଜେ ଶିକାର ପାଲଟି ଯାଉଛି ।

Get real time updates directly on you device, subscribe now.