ELECTION 2019NATIONALNATIONAL NEWSPOLITICSTOP STORIES

ମୋଦିଙ୍କ ଟିମରେ କାହାକୁ ମିଳିବ କେଉଁ ମନ୍ତ୍ରାଳୟ? ଜାଣନ୍ତୁ ସାମ୍ଭାବ୍ୟ ତାଲିକା

ନୂଆଦିଲ୍ଲୀ,୩୧/୫ : ଦେଶର ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ନୂଆ ଇନିସ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରମନ୍ତ୍ରୀମଣ୍ଡଳର ରୂପରେଖ ଏକାପ୍ରକାର ସ୍ଥିର ହୋଇସାରିଥିବା ବେଳେ ଏବେ ଦେଖିବା ବାକି ରହିଲା କେଉଁ ନେତାଙ୍କୁ ମିଳିବ କେଉଁ ବିଭାଗ । କେନ୍ଦ୍ରମନ୍ତ୍ରୀମଣ୍ଡଳ ଶପଥ ପାଠ କରିସାରିବା ପରେ କାହାକୁ କେଉଁ ବିଭାଗ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ମଧ୍ୟରେ ପ୍ରଥମ ଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହ ଗୃହ ମନ୍ତ୍ରାଳୟ ର ଦାଇତ୍ୱ ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।
ସେହିପରି ପୂର୍ଵ ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିବା ବିଜପିର ବରିଷ୍ଠ ନେତା ରାଜନାଥ ସିଂ ଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ମିଳିପାରେ । ଏହା ବ୍ୟତୀତ ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ପୂର୍ବତନ ବୈଦେଶିକ ସଚିବରୁ ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ଟେକ୍ନୋକ୍ରାଟ ଏସ ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ଦାଇତ୍ୱ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେହିପରି ରବିଶଙ୍କର ପ୍ରସାଦଙ୍କୁ ଚଳିତଥର ବାଣିଜ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇପାରେ । ଅନ୍ୟପଟେ ହରଦିପ ସିଂ ଙ୍କୁ ବାଣିଜ୍ୟ ମନ୍ତ୍ରଣାଳୟ କିମ୍ବା ବୈଦେଶିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିପାରେ ।

Show More

Leave a Reply

Your email address will not be published. Required fields are marked *

Related Articles