fbpx

ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହୋଇଛି । ଚାକିରି ସମ୍ବନ୍ଧୀୟ ସମସ୍ୟା ସୋସିଆଲ ମିଡ଼ିଆରେ କେହି ବି ଆଲୋଚନା କରିପାରିବେନି । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମ୍ପର୍କରେ ବାହାରେ ଆଲୋଚନା କରିବା ଅପରାଧ ବୋଲି କୁହାଯାଇଛି । ନିଯୁକ୍ତି ଓ ଦରମା ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଆଲୋଚନାକୁ ମନା ହୋଇଛି । ଚୁକ୍ତିଭିତ୍ତିକ ଓ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଏହି କଟକଣା ଲାଗୁ କରାଯିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Get real time updates directly on you device, subscribe now.