ELECTION 2019NATIONAL NEWSNEWSPOLITICSTOP STORIES

ନୀତିଶଙ୍କ କ୍ୟାବିନେଟରେ ସାମିଲ ହେଲେ ଜେଡ଼ିୟୁର ୮ନୂଆ ମନ୍ତ୍ରୀ

ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେନି ବିଜେପି କି ଏଲଜେପିର କୌଣସି ମନ୍ତ୍ରୀ

ପାଟନା, ୨ା୬: ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ମନ୍ତ୍ରୀ ମଣ୍ଡଳକୁ ସମ୍ପ୍ରସାରଣ କରିଛନ୍ତି । ରାଜ୍ୟପାଳ ଲାଲଜୀ ଟଣ୍ଡନ ଆଜି ୧୧.୩୦ରେ ଜେଡ଼ିୟୁର ଆଠଜଣ ନୂଆମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର  ଶପଥ ପାଠ କରାଇଛନ୍ତି । ସୂଚନାଯୋଗ୍ୟ ଯେ ନୀତିଶଙ୍କ କ୍ୟାବିନେଟରେ ଆଠଜଣ ମନ୍ତ୍ରୀ ସାମିଲ ହେବା ପରେ ମଧ୍ୟ ଆହୁରି ତିନି ଜଣ ମନ୍ତ୍ରୀ ପଦ ଖାଲି ରହିଛି । ଆଠ ଜଣ ମନ୍ତ୍ରୀ ମାନେ ହେଉଛନ୍ତି ନୀରଜ କୁମାର, ସଂଜୟ ଝା, ଅଶୋକ ଚୌଧୁରୀ, ରାମସେବକ ସିଂହ, ନରେନ୍ଦ୍ର ନାରାୟଣ ଯାଦବ, ବୀମା ଭାରତୀ, ଶ୍ୟାମ ରଜକ ଓ ଲକ୍ଷ୍ମେଶ୍ବର ରାୟ । ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡ଼ିୟୁକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳି ନଥିବା ଯୋଗୁଁନୀତିଶ କୁମାର ଅସନ୍ତୁଷ୍ଟ ଅଛନ୍ତି । ଏବଂ ଏହାକୁ ନେଇ ଚର୍ଚ୍ଚା ଚାଲିଛି ।

Show More

Leave a Reply

Your email address will not be published. Required fields are marked *

Related Articles