fbpx

ଢେଙ୍କାନାଳକୁ ୮ଟି ଜିଲ୍ଲାର ଲୋକଙ୍କ ପ୍ରବେଶ ମନା, ଜାଣନ୍ତୁ କେଉଁଟି?

ଢେଙ୍କାନାଳ,୧୧ ।୭(ଓଡିଶା ଭାସ୍କର): କରୋନାର ବୃଦ୍ଧି ହେତୁ କଟକଣା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ୮ଟି ଜିଲ୍ଲାର ଲୋକଙ୍କ ପ୍ରବେଶ ମନା ହୋଇଛି । ସେହି ୮ଟି ଜିଲ୍ଲାରେ ସାମିଲ ଅଛି- ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ, ଅନୁଗୁଳ । ଏହି ଜିଲ୍ଲାର ଲୋକେ ଢେଙ୍କାନାଳ ଯାଇ ପାରିବେ ନାହିଁ । ସଂକ୍ରମଣ ଏଡାଇବାକୁ ଡେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ କୋରାପୁଟ ଜିଲ୍ଲାରେ ପ୍ରବେଶ ମନା ହୋଇଛି । ଗଞ୍ଜାମ ସମେତ ୫ ଶହରୁ ଅଧିକ ଆକ୍ରାନ୍ତ ଥିବା ଝିଲ୍ଲାର ଲୋକଙ୍କୁ କୋରାପୁଟ ମନା ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପପକ୍ଷେପ ନିଆଯାଇଥିବା କୋରାପୁଟ ଜିଲ୍ଲାପାଳ ମଧୂସୁଦନ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.