fbpx

ସାରା ଅଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା, ପରିବାରର ବି ଆସିଲା ରିପୋର୍ଟ

ମୁମ୍ବାଇ,୧୪ ।୭: ଫିଲ୍ମ ଜଗତରେ ଲାଗତାର ଭାବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ବଚ୍ଚନ ପରିବାର ଓ ଅନୁପମଙ୍କ ପରିବାର ଏହାର କବଜାକୁ ଆସିଥିବା େବେଳ ଅନ୍ୟ ଟିଭି କଳାକାରମାନେ ବି ଏହାର କବଜାକୁ ଆସିସାରିଛନ୍ତି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ସୋମବାର ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମରେ ଏକ ମ୍ୟାସେଜ କରି କହିଛନ୍ତି ଯେ, ତାଙ୍କ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି । ବିଏମସିକୁ ଏନେଇ ସୂଚନା ଦେବା ସହ ଡ୍ରାଇଭରଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି ।

କିନ୍ତୁ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସାରା କହିଛନ୍ତି । ସେ ଲେଖିଛନ୍ତି ଯେ, ପରିବାର ଲୋକ ଏବଂ ଘରର ସମସ୍ତ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ ଆସିଛି । ସେମାନେ ସମସ୍ତେ ସାବଧାନରେ ରହୁଛନ୍ତି । ବିଏମସି ତରଫରୁ ଦିଆଯାଇଥିବା ଗାଇଡଲାଇନ୍ସ ପାଇଁ ଧନ୍ୟବାଦ ।’

ଅନ୍ୟପଟେ ଅଭିନେତ୍ରୀ ରେଖାଙ୍କ ସିକ୍ୟୁରିଟି ପଜିଟିଭ୍ ବାହାରିବା ପରେ ତାଙ୍କ ଘରକୁ ସିଲ କରିଦିଆଯାଇଛି । ରେଖାଙ୍କ ଘର ପାଖରୁ ମଧ୍ୟ ୪ ଜଣଙ୍କର ରିପୋର୍ଟ ପଜତିଟିଭ୍ ଆସିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିନେତ୍ରୀଙ୍କର କରୋନା ଟେଷ୍ଟ ହୋଇ ନଥିବା ସୂତ୍ରରୁ ପ୍ରକାଶ ପାଇଛି ।

Get real time updates directly on you device, subscribe now.