fbpx

ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଟ୍ୟାକ୍ସ

ଏସବିଆଇ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି ଜମା ଖାତାରୁ ଟଙ୍କା ଉଠାଇଲେ ଟ୍ୟାକ୍ସ ଦେବାକୁ ପଡ଼ିବ । ଏସବିଆଇ ତାର ଗ୍ରାହକ ମାନଙ୍କୁ ସତର୍କ କରାଇବା ପାଇଁ ଏନେଇ ଏକ ଟ୍ୱିଟ ମଧ୍ୟ କରିଛି । ତେବେ ଯେଉଁ ଗ୍ରାହକମାନେ ବର୍ଷକ ଭିତରେ ନିଜ ଆକାଉଣ୍ଟରୁ ୨୦ଲକ୍ଷରୁ ଅଧିକ ଟଙ୍କା ଉଠାଉଛନ୍ତି ସେମାନେ ଏଣିକି ମୋଟା ଅଙ୍କର ଟ୍ୟାକ୍ସ ଭରିବେ ।

ଆହୁରି ମଧ୍ୟ ଏସବିଆଇ ପକ୍ଷରୁ ସୂଚନା ଦିଆଯାଇଛି ଯେ ଯେଉଁ ବ୍ୟକ୍ତିମାନେ ୩ବର୍ଷ ହେଲା ଆୟକର ରିଟର୍ଣ୍ଣ ପୈଠ କରୁନଥିବେ ସେମାନେ ଟିଡ଼ିଏସ ଦେବାକୁ ବାଧ୍ୟ । ଏହାକୁ ଏଡ଼ାଇବାକୁ ହେଲେ ପ୍ରଥମେ ଆପଣ ଆପଣଙ୍କର ପାନକାର୍ଡ଼ର ସବିଶେଷ ତଥ୍ୟ ବ୍ୟାଙ୍କରେ ଜମା କରିବାକୁ ହେବ । ଯଦି ଆପଣ ପୂର୍ବରୁ ପାନକାର୍ଡ଼ ଜମା କରିଛନ୍ତି ତେବେ ଆପଣଙ୍କର ଇନକମ ଟ୍ୟାକ୍ସର ସମସ୍ତ ତଥ୍ୟ ଦେବେ । ଟିଡ଼ିଏସ ସମ୍ବନ୍ଧୀୟ ତଥ୍ୟ ବ୍ୟାଙ୍କ ସହ ଆଲୋଚନା କରି ଆପଣ ଟ୍ୟାକ୍ସରୁ ବର୍ତ୍ତି ଯାଇପାରିବେ ।

Get real time updates directly on you device, subscribe now.