fbpx

ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ

ପୁରୀ,୨୧ ।୧୨(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଭିତର ଭିଡିଓ ପୁଣି ଭାଇରାଲ ହୋଇଛି । ଜଣେ ଯୁବକ ଫୋନରେ କଥା ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଯୁବକ ଜଣ ଚାହାଣି ମଣ୍ଡପରେ କଥା ହେଉଛନ୍ତି । ଏତେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ଭିତରକୁ ମୋବାଇଲ୍ କିପରି ଗଲା ବୋଲି ପ୍ରଶ୍ନ ଉଠିଛି ।

ସେହିପରି ପୂର୍ବରୁ ଅନେକ ଥର ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ ହୋଇସାରିଛି । ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ଜଣେ ନାବାଳିକା ଶ୍ରୀମନ୍ଦିର ଭିତରେ ଟିକଟକ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲେ । ଏହି ଘଟଣାର କିଛିଦିନ ପରେ ପୁଣି ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହୋଇଥିଲା । ଜଣେ ଯୁବକ ଆନନ୍ଦ ବଜାର ଭିତରେ ଫଟୋ ଉଠାଇ ଏହାକୁ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରିବା ପରେ ତାହା ଭାଇରାଲ ହୋଇଥିଲା । ଏହି ଫଟୋରେ ଆନନ୍ଦ ବଜାର ଭିତରେ ମହାପ୍ରସାଦ ବିକ୍ରି ହେଉଥିବାର ଦୃଶ୍ୟ ରହିଥିଲା ।

Get real time updates directly on you device, subscribe now.