GADGETSNATIONALTECHTECH NEWSTOP STORIES

ମାର୍କେଟରେ ଖୁବ ଶୀଘ୍ର ଲଞ୍ଚ ହେବ ନୋକିଆର ୫ଜି ସ୍ମାର୍ଟଫୋନ ! ଜାଣନ୍ତୁ କଣ ରହିଛି ଫୋନର ବିଶେଷ ଫିଚର

ନୂଆଦିଲ୍ଲୀ,୯ ।୬: ସମଗ୍ର ଦୁନିଆ ଏବେ ମୋବାଇଲର ମାୟାରେ ବାୟା । ସମଗ୍ର ଦେଶରେ ଏବେ ଗ୍ରାହକ ୪ଜି ଫୋନ ବ୍ୟବହାର କରୁଥିବା ବେଳେ ଏବେ ଲୋକଙ୍କ ମନରେ ୫ଜି ପାଇଁ ଅନେକ ଆଗ୍ରହ ବା କ୍ରେଜ ରହିଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କ ଚାହିଦାକୁ ଆଖି ଆଗରେ ରଖି ମଧ୍ୟ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ଜି ପରୀକ୍ଷାମୂଳକ ଭାବେ ବ୍ୟବହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି ।

ଏହାରି ମଧ୍ୟରେ ବଜାରର ଡିମାଣ୍ଡ ଓ ଗ୍ରାହକଙ୍କ ସୁବିଧାକୁ ଆଖି ଆଗରେ ରଖି ମୋବାଇଲ ଫୋନ ନିର୍ମାଣକାରି ଏଚଏମଡ଼ି ଗ୍ଲୋବାଲ ନୋକିଆ କମ୍ପାନୀ ୫ଜି ସ୍ମାର୍ଟଫୋନ ମାର୍କେଟରେ ଲଞ୍ଚ କରିବାକୁ ଯାଉଛି ।

ନୋକିଆ ପକ୍ଷରୁ ଏହି ୫ଜି ମୋବାଇଲ ଲଞ୍ଚ ହେବା ନେଇ ଘୋଷଣା କରାଯିବ ପରେ ବ୍ୟବହାରକାରୀ ଓ ଗ୍ରାହକ ଉଭୟ ଉତ୍ସାହିତ ହୋଇ ରହିଛନ୍ତି । ନୂଆ କରି ମାର୍କେଟକୁ ଆସିବାକୁ ଥିବା ଏହି ମୋବାଇଲରେ ୫ରିଅର କ୍ୟାମେରା ସାଙ୍ଗକୁ ୮.୧ ସେନ୍ସର ରହିବ । ଯାହାକୁ ବଢ଼ାଇ ୮.୨ କରାଯାଇପାରିବ । ଫୋନର ଡିଜାଇନ ଓ ଲୁକ ଉପରେ କମ୍ପାନୀ ପକ୍ଷରୁ ଅଧିକ କାମ କରାଯାଇଛି । ଫୋନର ପରଫୋରମାନ୍ସ ଯେପରି ଉର୍ନତମାନର ରହିବ ତାକୁ ଆଖିଆଗରେ ରଖି କମ୍ପାନୀ ପକ୍ଷରୁ ଏହି ଫୋନରେ ଆଗର ୮୪୫ ପ୍ରୋସେସର ବ୍ୟବହାର କରାଯାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles