GADGETSNEWSTECHTOP STORIES

ଥଣ୍ଡା ପବନ ପାଇଁ ପ୍ଲାଷ୍ଟିକ ଡ୍ରମରୁ କିପରି ପ୍ରସ୍ତୁତ କରିବେ ଶସ୍ତା ଓ ପାୱାରଫୁଲ କୁଲର ?

ନୂଆଦିଲ୍ଲୀ,୦୯/୦୬ : ଆପଣ କୁଲର କିଣିବାକୁ ଚାହୁଁଛନ୍ତି, ହେଲେ ଆପଣଙ୍କ ପାଖରେ ଏତେ ବଜେଟ ନାହିଁ । ସେହି ସମୟରେ ଆପଣ କଣ କରିବେ । କିଛି ଭାବିବାର ନାହିଁ, ଘରେ ମଧ୍ୟ ଆପଣ ପାୱାରଫୁଲ କୁଲର ପ୍ରସ୍ତୁତ କରିପାରିବେ । ଯାହାର ଦାମ ଏକ ବଡ ସାଇଜ କୁଲର ଅଧା ଦାମ । ଏହି କୁଲର ମଧ୍ୟ ଅଧିକ ମଜଭୁତ ହୋଇଥାଏ । ତେବେ ଏହାକୁ ଏକ ପ୍ଲାଷ୍ଟିକ ୱାଟର ଡ୍ରମରେ ନିର୍ମାଣ କରାଯାଏ । ଏହାର ଦାମ ୩୦୦୦ ଟଙ୍କାରୁ ବି କମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ କଣ ଆବଶ୍ୟକ ହୋଇଥାଏ ?
ଗୋଟିଏ ବଡ ପ୍ଲାଷ୍ଟିକ ଡ୍ରମ
କୁଲରେ ବ୍ୟବହାର କରାଯାଉଥିବା ଘାସ
ଗୋଟିଏ ପାୱାରଫୁଲ ଫ୍ୟାନ
ୱାଟର ମୋଟର ପମ୍ପ
ଗୋଟିଏ ପ୍ଲାଷ୍ଟିକ ପାଇପ
ବ୍ୟବହୃତ ହେଉଥିବା ଜାଲି
ଏହାକୁ ନିର୍ମାଣ କରିବା ପାଇଁ ସମସ୍ତ ଜିନିଷ ବଜାରରେ ଉପଲବ୍ଧ । ତେବେ ପ୍ରଥମେ ଏଥିରେ ଆବଶ୍ୟକ ହେଉଥିବା ପ୍ଲାଷ୍ଟିକ ଡ୍ରମ ବଜାରରେ ୭୦୦ ଟଙ୍କାରେ ଅତି ସହଜରେ ମିଳିଯିବ । ଏହାଛଡା କୁଲରରେ ବ୍ୟବହାର ହେଉଥିବା ଘାସ ୫୦ ଟଙ୍କାରେ ମିଳିଯିବ । ଏଥିରେ ତିନୋଟି ସେଟ ରହିଥାଏ । ମାତ୍ର କୁଲରରେ ଦୁଇଟି ବ୍ୟବହାର କରାଯାଏ । ସେହିଭଳି ଫ୍ୟାନର ଦାମ ୧୫୦୦ରୁ ୨୦୦୦ ହୋଇଥାଏ ଓ ୱାଟର ପମ୍ପ ୧୨୦ଟଙ୍କାରେ ମିଳିଯିବ । କହିବାକୁ ଗଲେ ସମୁଦାୟ ଉପରେ ୨୯୪୦ ଟଙ୍କା ଲାଗିବ ଏହାକୁ ନିର୍ମାଣ କରିବା ପାଇଁ । ମାତ୍ର ମାର୍କେଟରେ ଫୁଲ ସାଇଜ କୁଲରର ଦାମ ୮ରୁ ୧୦ ହଜାର ଆସିବ ।
ପ୍ରଥମେ ଡ୍ରମର ଫ୍ରଣ୍ଟରେ ଫ୍ୟାନ ସାଇଜର ଏକ ହୋଲ କରି କଟର ସାହାଯ୍ୟରେ କାଟିନିଅନ୍ତୁ । ପରେ ଫ୍ୟାନର ପଛପଟେ ଡ୍ରମରେ ଘାସ ସାଇଜର ଦୁଇଟି ହୋଲ ବନାନ୍ତୁ ।


ପରେ ଘାସର ଦୁଇପଟକୁ ଜାଲି ଦ୍ୱାରା କଭର କରିନିଅନ୍ତୁ । ଯାହାଦ୍ୱାରା ଏହାକୁ ସପୋର୍ଟ ମିଳିବ ଏବଂ ଏହା ଶୁଖିବା ନାହିଁ । ପରେ ତାକୁ ଡ୍ରମ ଭିତରେ ଏକ ୱେୟାର ସାହାଯ୍ୟରେ ରଖନ୍ତୁ । ଏଥିପାଇଁ ଡ୍ରମ ଭିତରେ ଆପଣଙ୍କୁ ଏକ ଛୋଟ ହୋଲ କରିବାକୁ ପଡିବ ।
ତା ପରେ ଡ୍ରମର ଯେଉଁ ଜାଗାରେ ଫ୍ୟାନ ଲଗାଇବାକୁ ଚାହୁଁଛନ୍ତି ସେହି ଜାଗାରେ ଏକ ହୋଲ କରନ୍ତୁ ଏବଂ ଫ୍ୟାନକୁ ଡ୍ରମର ଭିତରପଟୁ ହିଁ ଲଗାନ୍ତୁ ।
ପରେ ଏଥିରେ ୱାଟର ପମ୍ପ ଲଗାନ୍ତୁ ଏବଂ ଫ୍ୟାନ ସହ ଏହାର ସଂଯୋଗ କରନ୍ତୁ ।

Show More

Leave a Reply

Your email address will not be published. Required fields are marked *

Related Articles