fbpx

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼, ଧକ୍କା ଦେଇନି ପୁରୁଷୋତ୍ତମ ଏକ୍ସପ୍ରେସ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଆଜିକୁ ୧୦ଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜୋର ସୋରରେ କରୁଛି । ଆଜି ଏହି ମାମଲା ନୂଆ ମୋଡ଼ ନେଇଛି । ତାଙ୍କ ମୃତ୍ୟୁ ମାମଲାକୁ ନେଇ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକ ପାଇଲଟଙ୍କ ବୟାନ ରେକର୍ଡ଼ କରାଯାଇଛି । ଗତ ୬ତାରିଖ ଦିନ କୌଣସି ଦୁର୍ଘଟଣା ହୋଇନଥିବା ଲୋକୋ ପାଇଲଟ ବୟାନ ଦେଇଛନ୍ତି । କୌଣସି ଲୋକ ସେହି ଦିନ ଆତ୍ମହତ୍ୟା ପାଇଁ ରେଳ ଲାଇନକୁ ଆସିନଥିଲେ ବୋଲି ସେ କହିଛନ୍ତି । ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ ବିଷ୍ଣୁ ଚରଣ ସେଠୀ ଏହା କହିଛନ୍ତି । ଏହାସହ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଅନ୍ୟ ୨ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯିବ ।

ଅନ୍ୟପଟେ ପୂବରୁ ଆଦିତ୍ୟ ଷ୍ଟେସନକୁ ଚାଲି ଚାଲି ଯାଉଥିବାର ସିସିଟିଭି ଫୁଟେଜ ଜବତ କରିବା ସହ ଡାଏରୀରେ ଲେଖାଯାଇଥିବା ଡ଼େଥ ନୋଟକୁ ମଧ୍ୟ ଜବତ କରିଥିଲା ଜିଆରପି ପୋଲିସ । ଡାଏରୀରେ ଲେଖାଯାଇଥିବା ଡ଼େଥ ନୋଟ ତାଙ୍କ ହ୍ୟାଣ୍ଡରାଇଟିଂ କି ନାହିଁ ଜାଣିବା ପାଇଁ ତାହା ବ୍ୟୁରୋକୁ ପଠାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.