BOLLYWOODENTERTAINMENTTOP STORIES

ଉରୀ ପରେ ଏହି ଭୟାନକ ଫିଲ୍ମରେ ନଜର ଆସିବେ ଭିକି କୌଶଲ, ରିଲିଜ୍ ହେଲା ପୋଷ୍ଟର

ମୁମ୍ବାଇ,୧୦ ।୬: ଉରୀ ସିନେମାର ପରେ ବଲିଉଡ ଜଗତରେ ଧମାକା ମଚାଇଥିବା ଅଭିନେତା ଭିକି କୌଶଲ ପୁଣି ଥରେ ଏକ ଜବରଦସ୍ତ ସିନେମା ନେଇ ଆସୁଛନ୍ତି । ଏହି ସିନେମା ଭିକିଙ୍କ ସବୁଠାରୁ ହଟକେ ସିନେମା ରୂପେ ସାବ୍ୟସ୍ତ ହେବ । ସେ ନିଜର ଆଗାମୀ ଭୟାନକ ସିନେମା ‘ଭୂତ୍’ର ପ୍ରଥମ ପୋଷ୍ଟର ଲଞ୍ଚ କରିଛନ୍ତି । ଭାନୂ ପ୍ରତାପ ସିହଂଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ପ୍ରଯୋଜନା ଭାର ତୁଲାଇଛନ୍ତି କରଣ ଜୋହର । ତେବେ ରିଲିଜ ହୋଇଥିବା ପୋଷ୍ଟରରେ ଯେକେହି ବି ଭିକିଙ୍କୁ ଦେଖି ଚମକି ଯିବେ । ଏହି ସିନେମାରେ ଭିକିଙ୍କ ସହ ଭୂମି ପେଡନେକର ମଧ୍ୟ ନଜର ଆସିବେ ।


କିନ୍ତୁ ଖାସ୍ କଥା ଏହି କି, ଏହି ଭୂତିଆ ସିନେମା ଏକ ସତ୍ୟ କାହାଣୀ ଉପରେ ଆଧାରିତ ହୋଇଛି । ଏହି ସତ୍ୟ କାହାଣୀ ମୁମ୍ବାଇର ଏକ ସମୁଦ୍ର ଜାହାଜରେ ହୋଇଥିଲା । ସିନେମାର ନାମ ‘bhoot-part-one-the-haunted-ship’ ରଖାଯାଇଛି । ପୋଷ୍ଟରରେ ଭିକି ଚିଲ୍ଲାଉଥିବା ବେଳେ ତାଙ୍କ ଚେହେରାରେ ଭୂତର ନଖ ଥିବାର ନଜର ଆସିଛି ।

Show More

Leave a Reply

Your email address will not be published. Required fields are marked *

Related Articles