fbpx

ଉଚ୍ଚ ରକ୍ତଚାପ ଥିବା ରୋଗୀ ଏହିସବୁ ଖାଦ୍ୟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ଆଜିକାଲିକା ଯୁଗରେ ଉଚ୍ଚରକ୍ତଚାପ ଏକ ସାଧାରଣ  ରୋଗ ହୋଇଗଲାଣି। ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଅତ୍ୟଧିକ ଚାପ, କ୍ରୋଧ, ଚିନ୍ତା ଏହି ରୋଗର ମୁଖ୍ୟ କାରଣ ହୋଇଥାଏ। ଅନେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଜେନେଟିକ୍‌ କାରଣରୁ ମଧ୍ୟ ହୋଇଥାଏ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଖାଦ୍ୟ ମଧ୍ୟ  ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ  ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।  ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ଥିଲେ କେଉଁ  ଖାଦ୍ୟ ଖାଇବା ନାହିଁଁ।

-ଉଚ୍ଚ ରକ୍ତଚାପ ରୋଗୀଙ୍କୁ କମ୍‌ ପରିମାଣର ଲୁଣ ଖାଇବା ଆବଶ୍ୟକ। କାରଣ ଲୁଣ କିଡ୍‌ନୀ ଓ ହାର୍ଟ ଉପରେ ପ୍ରଭାବ ପକାଇଥାଏ। ଲୁଣ ଖାଇବା ଦ୍ଵାରା ରକ୍ତରେ ସୋଡିୟମ୍‌ ଲେଭଲ୍‌ ବଢିଯାଏ ଓ ତାପରେ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ। ଯାହା ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ।

-ଚିପ୍ସ, ଲେଜ୍‌, କୁର୍‌କୁରେ ପରି ପ୍ୟାକେଟ ଖାଦ୍ୟଠାରୁ ଦୁରେଇ ରୁୁୁହନ୍ତୁ। ଉଚ୍ଚ ରକ୍ତଚାପ ରୋଗୀ ଅଧିିିକ ତେଲ ଜାତିୟ ଖାଦ୍ୟ ଖାଇବା ବି ହାନିକାରକ ହୋଇଥାଏ।

-ଚିନି ଅଧିକ ଖାଇବା ଦ୍ୱାରା ଶରୀରେ କ୍ୟାଲୋରୀ ବୃଦ୍ଧି ପାଇଥାଏ। ତେଣୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଚିନି ବେଶି ଖାଇବା କଥା ନୁହେଁ।

– ଉଚ୍ଚ ରକ୍ତଚାପ ରୋଗୀ ଚା’, କଫି ପିଇବା ସେମାନଙ୍କ ପାଇଁ ବିଷ ସଦୃଶ ଅଟେ। ତେଣୁ ଚା ଓ କଫି ଆଦୁମ ପିଅନ୍ତୁ ନାହିଁ।

– ଉଚ୍ଚ ରକ୍ତଚାପ ରୋଗୀ ଆଲ୍‌କୋହଲ୍‌ଠାରୁ ଦୂରେଇ ରୁହନ୍ତୁ। ଏହା କେବଳ ରକ୍ତଚାପ ନୁହେଁ ହୃଦ୍‌ଘାତଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଏଥିରେ ଅଧିକ କ୍ୟାଲୋରୀ ଥିବାରୁ ଆପଣଙ୍କ ଓଜନ ମଧ୍ୟ ବୃଦ୍ଧି ପାଇଥାଏ।

 

Get real time updates directly on you device, subscribe now.