BREAKING NEWSNATIONALNEWSTOP STORIES

ସାମ୍ବାଦିକଙ୍କୁ ଶୀଘ୍ର ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧/୦୬ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଭିନ୍ନ ମନ୍ତବ୍ୟ ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କ ଉପରେ ଆଜି ସୁପ୍ରିମକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । ଏହାସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ନାଗରିକର ଅଧିକାରକୁ ପ୍ରତ୍ୟାହାର କରାଯାଇପାରିବନି ବୋଲି ଅଦାଲତ କହିଛନ୍ତି । ଏହାଛଡା କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଆପତ୍ତି ଜନକ ମନ୍ତବ୍ୟ ଉପରେ ବିଚାର ଭିନ୍ନ ହୋଇପାରେ । ମାତ୍ର ଗିରଫ କଣ ପାଇଁ ? ପରେ କୋର୍ଟ, ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଏହି ମାମଲାକୁ ହାଇକୋର୍ଟ ନେବା ପାଇଁ ଆଦେଶ ଦେଇଥିବା ଜଣାପଡିଛି । କେଉଁ ଧାରା ଅନୁସାରେ ତାଙ୍କୁ ଗିରଫ କରାଯାଇଛି ବୋଲି ମଧ୍ୟ କୋର୍ଟ ମଧ୍ୟ ପ୍ରଶ୍ନ କରିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles