CRICKETNATIONALNEWSSPORTSPORTSTOP STORIES

ଦଳରୁ ବାଦ୍ ପଡିବା ପରେ ଶିଖରଙ୍କ ଜାଗାରେ ସ୍ଥାନ ପାଇପାରନ୍ତି ଏହି ଖେଳାଳୀ

ନୂଆଦିଲ୍ଲୀ,୧୧/୦୬ : ବିଶ୍ୱକପରେ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନ କରିଥିବା ଶିଖର ଧାବନଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଏହି ଖବର ପ୍ରକାଶ ପାଇବା ପରେ ବର୍ତ୍ତମାନ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦଳରେ ଓପନିଂ କିଏ କରିବ, ଏବେ ଏହି କଥା ଅଧିନାୟକ ବିରାଟ କୋହଲୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯଦି କେ.ଏଲ ରାହୁଲ, ରୋହିତ ଶର୍ମାଙ୍କ ସହ ଓପନିଂ କରନ୍ତି, ତେବେ ଚତୁର୍ଥ ସ୍ଥାନରେ କିଏ ଖେଳିବ ? ସୂଚନା ଅନୁସାରେ, ଶିଖର ଏବେ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ । ଅର୍ଥାତ୍, ଜୁନ ୧୩ରେ ନ୍ୟୁଜିଲାଣ୍ଡ ଓ ୧୬ରେ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ବଡ ମ୍ୟାଚରୁ ବାହାରେ ରହିବେ ଶିଖର ।
ଏହି ସମୟରେ ଦୁଇଟି ନାଁ ବେଶି ଚର୍ଚ୍ଚାକୁ ଆସୁଛି । ପ୍ରଥମଟି ହେଲା ଋଷଭ ପନ୍ଥ ଓ ଶ୍ରେୟାସ ଆୟର । ଯଦି ରୋହିତଙ୍କ ସହ କେ.ଏଲ ରାହୁଲ ଓପନିଂ କରନ୍ତି, ତେବେ ୪ ନମ୍ବରରେ ଋଷଭ ପନ୍ଥ ଆସିପାରନ୍ତି । ଯଦିଓ ଋଷଭଙ୍କୁ ବିଶ୍ୱ କପରେ ସ୍ଥାନ ମିଳିନଥିଲା, ମାତ୍ର ପରେ ଋଷଭ ପନ୍ଥଙ୍କ ସହ ଅମ୍ବାତି ରାୟୁଡୁଙ୍କୁ ରିଜର୍ଭ ଖେଳାଳୀ ଭାବେ ରଖାଯାଇଥିଲା । ଅନ୍ୟପଟେ ଋଷଭଙ୍କ ଛଡା ଆଉ ଏକ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଡାହାଣ ହାତ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ମଧ୍ୟ ଶିଖରଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Show More

Leave a Reply

Your email address will not be published. Required fields are marked *

Related Articles