CRICKETNATIONALNEWSSPORTTOP STORIES

ଏହି ଖେଳାଳୀଙ୍କୁ ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ରହିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ,୧୨/୦୬ : ଶିଖର ଧାବନଙ୍କ ସ୍ଥାନ ନେବା ପାଇଁ ଦୁଇ ଖେଳାଳୀଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଏବେ ଇଂଲଣ୍ଡ ଫ୍ଲାଇଟ ଧରିବା ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ଜଣେ ଖେଳାଳୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେହି ଖେଳାଳୀ ଜଣଙ୍କ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଯୁବ କ୍ରିକେଟର ଋଷଭ ପନ୍ଥ । ଯଦିଓ ବିସିସିଆଇ ଏନେଇ ଘୋଷଣା କରିନାହିଁ, ମାତ୍ର ଏଥିପାଇଁ ମ୍ୟାଚ ପ୍ରସ୍ତୁତ ରହିବାକୁ ଋଷଭଙ୍କୁ ବିସିସିଆଇ କହିଛି । ସୂତ୍ର ଅନୁସାରେ, ଏବେ ଶିଖର ବିସିସିଆଇର ମେଡିକାଲ ଟିମ ନଜରରେ ରହିବେ ଏବଂ ତାଙ୍କୁ ଭଲ ହେବା ପାଇଁ ଦୁଇରୁ ତିନି ସପ୍ତାହ ଲାଗିବ । ସଂପୂର୍ଣ୍ଣ ରୂପେ ଭଲ ହେବା ପରେ ଖେଳିବା ପାଇଁ ସେ ଯୋଗ୍ୟ ହେବେ ବୋଲି ବୋର୍ଡ କହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱକପ୍ ପାଇଁ ଯେତେବେଳେ ଚୟନକର୍ତ୍ତା ଦଳ ବାଛିଥିଲେ, ସେହି ସମୟରେ ଋଷଭଙ୍କୁ ଏଡାଇ ଦିଆଯାଇଥିଲା ଓ ଦିନେଶ କାର୍ତ୍ତିକଙ୍କୁ ଚୟନକର୍ତ୍ତା ଚୟନ କରିଥିଲେ । ମାତ୍ର ଏବେ ବୋର୍ଡ, ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ରହିବାକୁ ପନ୍ଥଙ୍କୁ କହିଛନ୍ତି । ତେବେ ଶିଖରଙ୍କ ଉପରେ ଅନ୍ତିମ ନିଷ୍ପତ୍ତି ହେବା ପରେ ୨୧ ବର୍ଷୀୟ ଋଷଭଙ୍କୁ ମୌକା ମିଳିପାରେ ବୋଲି ସୂଚନା ରହିଛି ।

Show More

Leave a Reply

Your email address will not be published. Required fields are marked *

Related Articles