NATIONALNEWSTOP STORIES

ପାକିସ୍ତାନ ଦେଇ ଉଡିବନି ମୋଦିଙ୍କ ବିମାନ

ନୂଆଦିଲ୍ଲୀ,୧୨/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତା କିର୍ଡିସ୍ତାନ ଦେଇ ଉଡିବ ନାହିଁ । ସୂତ୍ର ଅନୁସାରେ, ଓମାନ, ଇରାନ ଓ ମଧ୍ୟ ଏସିଆ ଦେଇ ମୋଦିଙ୍କ ବିମାନ ଯିବ ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ପ୍ରଥମେ ଏନେଇ ଦୁଇଟି ବିକଳ୍ପ ଉପରେ ଆଲୋଚନା ହେଉଥିଲା । ମାତ୍ର ଏବେ ପାକିସ୍ତାନ ଦେଇ ବିମାନ ଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ତେବେ ୧୩ ଓ ୧୪ ତାରିଖରେ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ (ଏସସିଓ) ସମିତିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗୀସ୍ତାନ ରାଜଧାନୀ ବିସକେକ ଯିବେ ।
ପ୍ରଥମରୁ ଖବର ଆସିଥିଲା ଯେ, ମୋଦି ଯିବା ପାଇଁ ପାକିସ୍ତାନ ଏୟାର ରୁଟ ଅନୁସରଣ କରିବେ । ମାତ୍ର ଏଥିପାଇଁ ଇମ୍ରାନ ଖାନ୍ ସରକାର ଅନୁମତି ଦେଇନଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ କରାଯାଇଛି । ଏବେ ମୋଦିଙ୍କ ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ଦେଇ ଯିବ ଓ ଏହି ସମିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଯୋଗ ଦେବେ ।

Show More

Leave a Reply

Your email address will not be published. Required fields are marked *

Related Articles