NATIONALNATIONAL NEWSNEWSTOP STORIES

ଚତୁର୍ଥ ଥର ପାଇଁ ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ, ୧୨ା୬: ଲଣ୍ଡନର ରୟାଲ କୋର୍ଟରେ ପିଏନବି ମହାଦୁର୍ନୀତି ମାମଲା ହୋଇଥିଲା । ପଳାତକ ବ୍ୟବସାୟୀ ନିରବ ମୋଦିଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଛି । ଚତୁର୍ଥ ଥର ପାଇଁ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ । ତାପରେ ପଳାତନ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନ ପୋଲିସ ଗିରଫ କରିଥିଲା । ତାପରେ ସେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଆଜି ପୁଣିଥରେ ଚତୁର୍ଥ ଥର ପାଇଁ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

Show More

Leave a Reply

Your email address will not be published. Required fields are marked *

Related Articles