fbpx

୫ ଅଗଷ୍ଟରେ ହେବ ରାମ ମନ୍ଦିରର ଭୂମି ପୂଜନ, ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଅନେକ ସମୟ ଅପେକ୍ଷା କରିବା ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନର ଶୁଭ ସମୟ ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ଅଫିସରୁ ମିଳିଥିବା ଖବର ମୁତାବକ, ଅଗଷ୍ଟ ୫ରେ ରାମ ମନ୍ଦିରର ଜମି ପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅଯୋଧ୍ୟାରେ ଭୂମି ପୂଜା କରିବେ ।

ତେବେ ଶନିବାର ଦିନ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିି ପ୍ରସ୍ତର ସ୍ଥାପନ ନିମନ୍ତେ ୨ଟି ତାରିଖ ସ୍ଥିର କରାଯାଇଥିଲା । ୩ ଓ ୫ ଅଗଷ୍ଟରେ ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯାଇଥିଲା ।

Get real time updates directly on you device, subscribe now.