NEWSODISHATOP STORIES

ଆଗାମୀ ଦିନରେ ଡାକ୍ତରଙ୍କ ଅଭାବ ରହିବ ନାହିଁ: ନବ କିଶୋର ଦାସ

ଭୁବନେଶ୍ୱର,୧୨/୦୬,(ଓଡିଶାଭାସ୍କର) : ଏଣିକି ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହେବ ନାହିଁ । ଆସନ୍ତା ଦୁଇ ବର୍ଷରେ ଓଡିଶାରେ ଡାକ୍ତରଙ୍କ ଅଭାବ ରହିବ ନାହିଁ । ଆବଶ୍ୟକ ତୁଳନାରେ ଅଧିକ ଡାକ୍ତର ଉପଲବ୍ଧ ହେବେ । ମେଡିକାଲ କଲେଜ ଗୁଡିକରୁ ଅଧିକ ସଂଖ୍ୟାରେ ଡାକ୍ତର ଉତ୍ତୀର୍ଣ୍ଣ ହେଉଥିବାରୁ ଏହି ସମସ୍ୟା ଦୂର ହେବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ସେ ଆହୁରି ମଧ୍ୟ କହିଛନ୍ତ,ି ସ୍ୱାସ୍ଥ୍ୟ ସେବା ସବୁବେଳେ ଏକ ବଡ ଆହ୍ୱାନ ଓ ସମସ୍ତ ପ୍ରକାର ପରିସ୍ଥିତିରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

Show More

Leave a Reply

Your email address will not be published. Required fields are marked *

Related Articles