CRICKETSPORTSPORTSTOP STORIES

ପାକିସ୍ତାନକୁ ୪୧ ରନରେ ପରାଜିତ କଲା ଅଷ୍ଟ୍ରେଲିଆ

ଟାଉନ୍ଟନ୍, ୧୨ା୬ : ଟାଉନ୍ଟନ୍ର କଣ୍ଟ୍ରି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦମ୍ଦାର ପ୍ରଦର୍ଶନ କରି ପାକିସ୍ତାନ ଟିମ୍କୁ ୪୧ ରନ୍ରେ ପରାଜିତ କରିଛି । ଅଷ୍ଟ୍ରେଲିଆ ଟିମ୍ର ଏହି ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ୍ । ୱାର୍ଣ୍ଣର ଶତକୀୟ ଇନିଂସ ଖେଳି ୧୦୭ ରନ୍ କରିଥିବା ବେଳେ ଆରୋନ୍ ଫିଞ୍ଚ୍ ୮୨ ରନ୍ର ଇନିଂସ ଖେଳିଥିଲେ । ମ୍ୟାଚ୍ରେ ପାକିସ୍ତାନ ଟିମ୍ର ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ଟିମ୍ । ନିର୍ଦ୍ଧାରିତ ୫୦ ଓଭର ଖେଳି ପାରିନଥିଲା ଅଷ୍ଟ୍ରେଲିଆ ଟିମ୍ । ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ୩୦୭ ରନ୍ କରିଥିଲା । ଫଳରେ ପାକିସ୍ତାନ ଆଗରେ ୩୦୮ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ୩୦୮ ରନ୍ର ବିଜୟଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଟିମ୍ ୪୫.୪ ଓଭରରେ ୨୬୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ପାକିସ୍ତାନ ତରଫରୁ ଓପନର ଇମାମ୍ ଉଲ୍ ହକ୍ ସର୍ବାଧିକ ୫୩ ରନ୍ କରିଥିଲେ । ଅନ୍ୟପଟେ ଶେଷ କ୍ରମ ଆଡ଼କୁ ବ୍ୟାଟିଂ କରିବାକୁ ଆସିଥିବା ୱାହବ୍ ରିଆଜ୍ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ କରି ୪୫ ରନ୍ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ପାଟ୍ କୁମିନ୍ସ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ମିଚେଲ୍ ଷ୍ଟାର୍କ ଓ କାନେ ରିଚାର୍ଜସନ୍ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ସେହିପରି ନାଥନ୍ କୋଲ୍ଷ୍ଟର ନାଇଲ୍ ଓ ଆରୋନ୍ ଫିଞ୍ଚ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବୋଲିଂରେ ପାକିସ୍ତାନ ତରଫରୁ ମହମ୍ମଦ୍ ଆମିର ୫ ୱିକେଟ୍ ନେଇ ସଫଳତା ହାସଲ କରିଥିବା ବେଳେ ସାହିନ୍ ଆଫ୍ରିଦି ୨ଟି ୱିକେଟ୍ ନେଇଥିଲେ । ହାସନ୍ ଅଲୀ, ୱାହବ୍ ରିଆଜ୍ ଓ ମହମ୍ମଦ୍ ହାଫିଜ୍ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles