BREAKING NEWSINTERNATIONAL NEWSNEWSTOP STORIES

ମୋଦୀ ପହଞ୍ଚିବା ପୂର୍ବରୁ ବିସ୍କେକରେ ଉଡ଼ିଲା ଓଲଟା ତ୍ରିରଙ୍ଗା, ଅଭିଯୋଗ ପରେ ନିଜର ଭୁଲ ସୁଧାରିଲା ପ୍ରଶାସନ

ବିସ୍କେକ,୧୩ ।୬: କିର୍ଗିଜସ୍ତାନର ରାଜଧାନୀ ବିସ୍କେକ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ମୋଦିଙ୍କ ପହଞ୍ଚିବା ପୂର୍ବରୁ ରାସ୍ତାର ପାର୍ଶ୍ୱରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଓଲଟା ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ବିସ୍କେକରେ ରାସ୍ତାପାର୍ଶ୍ଵରେ ବିଭିନ୍ନ ଦେଶର ଜାତୀୟ ପତାକା ଲଗାଯାଇଥିବା ବେଳେ ଭାରତର ମଧ୍ୟ ପତାକା ଲଗାଯାଇଥିଲା କିନ୍ତୁ ପ୍ରଣାଳୀ ଭୁଲ ଥିଲା । ତ୍ରିରଙ୍ଗାର ଉପରେ ନାରଙ୍ଗୀ ଏବଂ ତଳେ ସବୁଜ ରଙ୍ଗ ରଖିବା ବଦଳରେ ସେମାନେ ପତାକାର ଉପରେ ସବୁଜ ରଙ୍ଗକୁ ରଖିଥିଲେ । ଏନେଇ ବିସ୍କେକରେ ପଢ଼ୁଥିବା କିଛି ଭାରତୀୟ ଛାତ୍ର ଅଭିଯୋଗ କରିବା ପରେ ସ୍ଥାନୀୟ ପ୍ରଶାସନ ନିଜ ଭୁଲକୁ ସୁଧାରି ତ୍ରିରଙ୍ଗାକୁ ଠିକ୍ ଭାବରେ ଲଗାଇଥିଲେ ।

ତେବେ କିର୍ଗିଜସ୍ତାନର ରାଜଧାନୀ ବିସ୍କେକରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ସେଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ । ତେବେ କିର୍ଗିଜସ୍ତାନ ରାଷ୍ଟ୍ରପତିଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଇରାନ ରଷ୍ଟ୍ରପତି ହସନ ରୁହାନିଙ୍କୁ ମଧ୍ୟ ଭେଟିବେ ମୋଦି । ଏହାଛଡା ଚୀନ ଓ ଋଷ ରଷ୍ଟ୍ରପତିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Show More

Leave a Reply

Your email address will not be published. Required fields are marked *

Related Articles