NATIONAL NEWSTOP STORIES

ପାକିସ୍ତାନରେ ମହଙ୍ଗା ମାଡ

ଇସଲାମାବାଦ୍, ୧୩.୦୬: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ତା । ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବ ଫଳରେ ଏବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିଛି । ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ପାକିସ୍ତାନର ଇମ୍ରାନ ସରକାର ଗତକାଲି ବଜେଟ ଉପସ୍ଥାପନ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଦେଶର ରାଜକୋଷ ଦେବାଳିଆ ଥିବା କାରଣରୁ ଇମ୍ରାନ ସରକାର ଦେଶର ଜନସାଧାରଣଙ୍କ ମୁଣ୍ଡରେ ଏହି ଅର୍ଥନୈତିକ ସଙ୍କଟକୁ ଲଦି ଦେବା ପାଇଁ ଚାଉଁଛନ୍ତି । ପାକିସ୍ତାନ ସରକାର ଗତକାଲି ବଜେଟ ଉପସ୍ଥାପନା କରିବା ସମୟରେ ଏହି ବଜେଟରେ ଅନେକ ପରିମାଣର ନୂଆ ଟାକ୍ସ ଯୋଡ଼ିଛନ୍ତି । ଯାହା ଦ୍ୱାରା ପାକିସ୍ତାନ ଜନସାଧାରଣ ମୁଣ୍ଡରେ ଚଡକ ପଡ଼ିବାକୁ ଯାଉଛି । ଏହି ଟାକ୍ସ ପରିମାଣ ବୃଦ୍ଧି ପାଇବା ଦ୍ୱାରା ଆଗାମୀ ସମୟରେ ପାକିସ୍ତାନ ପାଇଁ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିବ ବୋଲି ଅର୍ଥନୈତିକ ବିଶାରଦ ମାନେ ଏବେ ଠାରୁ ଆକଳନ କରିସାରିଲେଣି ।
ସେହିପରି 21 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର 20 ଲକ୍ଷ ଲୋକ ଟାକ୍ସ ଭରୁଥିବାରୁ ଦେଶରେ ରାଜସ୍ବ ଅନେକ ପରିମାଣରେ କମିଯାଉଥିବା ଇମ୍ରାନ ସରକାର ଚିନ୍ତା ପ୍ରକଟ କରିଛନ୍ତି ।
ତେବେ ଏହି ଟ୍ୟାକ୍ସ ବୃଦ୍ଧି ଦ୍ୱାରା ପାକିସ୍ତାନରେ ଚା’ ରୁ ଆରମ୍ଭ କରି ଚିନି ପର୍ଯ୍ୟନ୍ତ ଓ ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ସମସ୍ତ ସିରପର ଦର ମଧ୍ୟ ବୃଦ୍ଧି ପାଇବ । ସମସ୍ତ ସାଧାରଣ ବ୍ୟବହାର୍ଯ୍ୟ ଜିନିଷ ମହଙ୍ଗା ହୋଇଯିବ ।

Show More

Leave a Reply

Your email address will not be published. Required fields are marked *

Related Articles