NATIONALNATIONAL NEWSNEWSTOP STORIES

ନିଖୋଜ AN-୩୨ ବିମାନରେ କେହି ବି ନାହାନ୍ତି ଜୀବିତ: ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୧୩ ।୬: ଭାରତୀୟ ବାୟୁସେନାର ନିଖୋଜ ହୋଇଥିବା ଏଏନ୍-୩୨ ବିମାନରେ ଆଉ କେହି ବି ଜୀବିତ ନାହାନ୍ତି । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ସମେତ କ୍ରୁମେମ୍ବର ମୃତ୍ୟୁ ବରଣ କରିଛନ୍ତି ବୋଲି ଘୋଷଣା କରିଛି ଭାରତୀୟ ବାୟୁସେନା । ବିମାନରେ ଥିବା ମୋଟ୍ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନଟି ଗତ ଜୁନ୍ ୩ ତାରିଖରେ ନିଖୋଜ୍ ଖୋଇଥିଲା । ନିଖୋଜ ବିମାନରେ ଓଡିଆ ପାଇଲଟ୍ ସୁନୀତ ମହାନ୍ତି ମଧ୍ୟ ଥିଲେ । ବହୁ ସନ୍ଧାନ ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି IAFର ସ୍ୱତନ୍ତ୍ର ଟିମ୍ ।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବାୟୁସେନା ବିମାନ IAF AN -୩୨ ନିଖୋଜ ହୋଇଯାଇଥିଲା । ଏହି ବିମାନଟି ଦିନ ୧୨ଟା ୨୫ ସମୟରେ ଆସାମରୁ ଜୋରହାଟରୁ ଉଡାଣ ଭରିଥିଲା । ଦିନ ୧ଟାରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିବା ଖବର ମିଳିଥିଲା । ତେବେ ବିମାନରେ ୮କ୍ରୁମେମ୍ବରଙ୍କ ସହ ୧୩ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଥିଲା । ଭାରତୀୟ ବାୟୁସେନାର ନିଖୋଜ ବିମାନକୁ ଖୋଜିବା ମିସନରେ ସୁଖୋଇ-୩୦ ଲଢୁଆ ବିମାନ ଓ C-୧୩୦ ସ୍ପେଶାଲ Ops ବିମାନ ଲଞ୍ଚ କରାଯାଇଥିଲା । ଦୀର୍ଘ ୯ ଦିନ ପରେ AN-୩୨ ବିମାନର ଭଗ୍ନାଂଶ ଠାବ କରାଯାଇଥିଲା । ଅରୁଣାଚଳ ପ୍ରଦେଶର ସିଆଙ୍ଗୋ ଜିଲ୍ଲାର ଲିପୋରେ ବିମାନର ଭଗ୍ନାଂଶ ଠାବ କରାଯାଇଥିଲା । ନିଖୋଜ ବିମାନକୁ ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦ୍ୱାରା ସନ୍ଧାନ କରାଯାଇଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles