NATIONALNATIONAL NEWSNEWSTOP STORIES

କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ?

ନୂଆଦିଲ୍ଲୀ,୧୩ ।୬: ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି ସରକାର ଗଠନ ପରେ ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖୋଜିବାରେ ଲାଗିଛି ବିଜେପି । ଏନେଇ ଗୃହମନ୍ତ୍ରୀ ବା ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସବୁ ରାଜ୍ୟ ବିଜେପି ସଭାପତି, ମହାମନ୍ତ୍ରୀ ଓ ରାଜ୍ୟ ପ୍ରଭାରୀମାନେ ଉପସ୍ଥିତ ରହିଛନ୍ତି । ବିଜେପିର ଆଗାମୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ସେନେଇ ଏହି ବୈଠକରେ ଆଲୋଚନା ହେବ । ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବ ବୋଲି ବିଜେପିର ନିୟମ ରହିଛି । ତେବେ ଗୃହମନ୍ତ୍ରୀ ହେବା ପରେ ଅମିତ ଅଧ୍ୟକ୍ଷ ପଦ ଛାଡିବେ ନା ଏକାସାଙ୍ଗରେ ୨ଟି ପଦର ଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

Show More

Leave a Reply

Your email address will not be published. Required fields are marked *

Related Articles