NATIONALNEWSTOP STORIES

ଡହ ଡହ ଖରାରେ ବୁଲି ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ଏହି ବୃଦ୍ଧ ଲୋକ

ନୂଆଦିଲ୍ଲୀ,୧୩/୦୬ : ଡହଡହ ଖରା ସାଙ୍ଗକୁ ତତଲା ପବନ । ଦିନକୁ ଦିନ ବଢୁଛି ଖରାର ତାପମାତ୍ରା । ଏଭଳି ଖରାରେ ଲୋକେ ବାହାରକୁ ନ ବାହାରି ଟିକେ ଛାଇ ଖୋଜୁଛନ୍ତି । ଏହାସହ ଖରା ସମୟରେ ଥଣ୍ଡା ପାନୀୟ ମଧ୍ୟ ପିଉଛନ୍ତି । ଏବେ ଦିଲ୍ଲୀରେ ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ବୟସ୍କ ବ୍ୟକ୍ତି ଡହଡହ ଖରାରେ ଦିଲ୍ଲୀ ସହରରେ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି । ଏକ ସ୍କୁଟିରେ ସେ ପାଣି କେନ୍ ରଖି ଜାଗାକୁ ଜାଗା ବୁଲି ଲୋକଙ୍କୁ ପିଇବା ପାଣି ଦେଉଛନ୍ତି । ରାସ୍ତାରେ ଯାଉଥିବା ବସରୁ ମଧ୍ୟ ଲୋକେ ତାଙ୍କଠାରୁ ପାଣି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହାଛଡା ପିଲାମାନେ ମଧ୍ୟ ଖାଲି ପାଣି ବୋତଲ ନେଇ ତାଙ୍କଠାରୁ ପାଣି ଭରି କରୁଛନ୍ତି । ଏଭଳି ଖରାରେ ତାଙ୍କର ଏହି ମହତ କାର୍ଯ୍ୟକୁ ଲୋକେ ବେଶ ପ୍ରଶଂସା କରିଛନ୍ତି ଏବଂ ସୋସିଆଲ ମିଡିଆର ଏହି ଭିଡିଓ ଏବେ ବେଶ୍ ବାଇରାଲ ହେଉଛି ।

Show More

Leave a Reply

Your email address will not be published. Required fields are marked *

Related Articles