NEWSODISHATOP STORIES

ପୁସ୍ତକ ସମ୍ମିଳନୀରେ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ?

ଭୁବନେଶ୍ୱର,୧୩/୦୬,(ଓଢିଶାଭାସ୍କର) : ଆଜି ଭୁବନେଶ୍ୱର ପୁସ୍ତକ ଭବନରେ ଅନୁଷ୍ଠିତ ହୋଇଯାଇଛି କୁଳପତି ସମ୍ମିଳନୀ । ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସାମିଲ ହୋଇଛନ୍ତି । ତେବେ +୩ ଏକକ ସିଲାବସ ଲାଗୁ ନେଇ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବା ବେଳେ ତେବେ ଖାଲି ପଦବୀ ପୂରଣ ପାଇଁ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ବହୁତ ଜଲଦି ରାଜ୍ୟର ସମସ୍ତ ଅଧ୍ୟାପକ ପଦବୀ ପୂରଣ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏହାଛଡା ସିଭିଲ୍ ସର୍ଭିସ ମେନ୍ ପରୀକ୍ଷାରେ କଟିଥିବା ଆଶାୟୀଙ୍କୁ ମଧ୍ୟ ସହାୟତା ମିଳିବ ବୋଲି ସେ କହିଛନ୍ତି । ମୋଟ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ ।

Show More

Leave a Reply

Your email address will not be published. Required fields are marked *

Related Articles