INTERNATIONAL NEWSNEWSTOP STORIES

କିର୍ଗିଜସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିସ୍କେକ,୧୩।୦୬ : କିର୍ଗିଜସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ସେଠାରେ ପହଞ୍ଚିଛନ୍ତି । ପ୍ରାୟ ଦିନ ଧରି ଚାଲିବ ଏହି ସମ୍ମିଳନୀ । ତେବେ କିର୍ଗିଜସ୍ତାନ ରାଷ୍ଟ୍ରପତିଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଇରାନ ରଷ୍ଟ୍ରପତି ହସନ ରୁହାନିଙ୍କୁ ମଧ୍ୟ ଭେଟିବେ ମୋଦି । ତେବେ ମୋଦିଙ୍କର ଅପରାହ୍ନରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସାକ୍ଷାତ କରିବା ସହ ସନ୍ଧ୍ୟାରେ ଋଷର ରଷ୍ଟ୍ରପତି ପୁତିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାତି ସାଢେ ୯ଟାରେ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ ମଧ୍ୟ ସାକ୍ଷାତ କରିବେ ମୋଦି ।

Show More

Leave a Reply

Your email address will not be published. Required fields are marked *

Related Articles