NATIONALPOLITICSTOP STORIES

ଈଶ୍ୱରଙ୍କ ନାମ ବଦଳରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ଗ୍ରହଣ କଲେ ବିଧାୟକ!

ବିଜୟାଓ୍ଵାଡା, ୧୩।୦୬ :ସାଧାରଣତଃ ବିଧାୟକ କିମ୍ବା ମନ୍ତ୍ରୀ ହିସାବରେ ଶପଥ ଗ୍ରହଣ କରିବା ସମୟରେ ଈଶ୍ୱରଙ୍କ ନାମରେ ଶପଥ ନେବାର ପ୍ରାବଧାନ ରହିଛି । ତେବେ ଆନ୍ଧ୍ର ପ୍ରଦେଶର ଜଣେ ନବ ନିର୍ବାଚିତ ବିଧାୟକ ଈଶ୍ୱରଙ୍କ ନାମ ପରିବର୍ତ୍ତେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ଵାଇଏସଆର୍‌ କଂଗ୍ରେସ ମୁଖ୍ୟ ଜଗମୋହନ ରେଡ୍ଡୀଙ୍କ ନାମରେ ଶପଥ ଗ୍ରହଣ କରିଥିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକ୍ରମରେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଗ୍ରାମୀଣ ଆସନରୁ ବିଜୟୀ ହୋଇଥିବା ବିଧାୟକ କୋରାମ ଶ୍ରୀଧର ରେଡ୍ଡୀ ଶପଥ ଗ୍ରହଣ ସମୟରେ ଈଶ୍ୱରଙ୍କ ନାମ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ଗ୍ରହଣ କରିଥିଲେ । ତେବେ ବାଚସ୍ପତି ଏହାକୁ ପରିବର୍ତନ କରି ଈଶ୍ୱରଙ୍କ ନାମରେ ପୁନର୍ବାର ଉଚ୍ଚାରଣ କରିବାରୁ ବିଧାୟକ ଜଣକ ଈଶ୍ୱରଙ୍କ ନାମରେ ଶପଥ କରୁଛି ବୋଲି ଉଚ୍ଚାରଣ କରିଥିଲେ ।

ଏପରି ହେବା ପରେ ବିଧାୟକ ଜଣକ କହିଥିଲେ କି ଜଗନ ମୋହନ ତାଙ୍କ ପାଇଁ ସ୍ୱଂୟ ଭଗବାନ ସଦୃଶ ଅଟନ୍ତି । ସେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବା ବେଳେ ଜଗନ ହିଁ ତାଙ୍କୁ ବିଧାୟକ ହେବାର ସୌଭାଗ୍ୟ ପ୍ରଦାନ କରିଛନ୍ତି । ତେଣୁ ସେ ତାଙ୍କ ପାଇଁ ଭଗବାନ ଅଟନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles