NEWSODISHATOP STORIES

ରଥଯାତ୍ରାରେ ତୃତୀୟ ସମନ୍ୱୟ କମିଟି ବୈଠକ ଶେଷ, ଜାଣନ୍ତୁ କେଉଁ କେଉଁ ପ୍ରସଙ୍ଗରେ ହୋଇଥିଲା ଆଲୋଚନା

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ଆୟୋଜିତ ହୋଇଥିଲା ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଛି । ବୈଠକରେ ସେବାୟତ ଓ ବିଭିନ୍ନ ଅଧିକାରମାନେ ଉପସ୍ଥିତ ଥିଲେ । ବୈଠକରେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ ବୈଠକରେ ଆଲୋଚନା କରାଯାଇଛି । ରାଜ୍ୟର ଜଙ୍ଗଲ ଗୁଡ଼ିକରେ ଥିବା ଫାସିକାଠର ପରିମାଣ ଆକଳନ ହେବ । ୩ମାସ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀରେ ଝାଡ଼ାବାନ୍ତିର ଆଶଙ୍କା ଥିବାରୁ ଆଗୁଆ ସ୍ୱାସ୍ଥ୍ୟ ଟିମ ଆସିବ । ଜୁନ ୩୦ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ । ବାତ୍ୟା ପରେ ପୁରୀ ରେଳ ଷ୍ଟେସନର ପୁନରୁଦ୍ଧାର ୨୫ସୁଦ୍ଧା ଶେଷ ହେବ । ଏବର୍ଷ ରଥଯାତ୍ରାରେ ପୁରୀକୁ ୧୯୨ଟି ଟ୍ରେନ ଚାଲିବ । ଜୁନ ସୁଦ୍ଧା ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ମରାମତି କାର୍ଯ୍ୟ ସରିବ । ଭୁବନେଶ୍ୱର ଉତ୍ତରା ଛକରୁ ବେଆଇନ ଦୋକାନକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ରଥଯାତ୍ରା ବେଳେ ପୁରୀକୁ ଅଧିକ ୨୦୦ଟି ବସ ଚାଲିବ । ଯାନବାହନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୭ଟି ପାର୍କିଂ ସ୍ଥଳ କରାଯିବ ।

Show More

Leave a Reply

Your email address will not be published. Required fields are marked *

Related Articles