fbpx

ଅଚାନକ୍ ଉଡିବାକୁ ଲାଗିଲା ୫୦୦-୧୦୦୦ ଟଙ୍କିଆ ପୁରୁଣା ନୋଟ୍, ପୋଲିସ ବି କାବା

କେରଳର ପଲ୍ଲକଡରେ ଜଣେ ୮୦ ବର୍ଷୀୟ ବୃଦ୍ଧ ମହିଳାଙ୍କ ନିକଟରୁ ମିଳିଛି ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ । ୪ ବର୍ଷ ପୂର୍ବେ ବିମୁଦ୍ରିକରଣ ପରେ ଏହି ନୋଟକୁ ଅବୈଧ ଘୋଷଣା କରାଯାଇଥିଲା । କିନ୍ତୁ ପଲ୍ଲକଡରେ ଏକ ଖେଳ ପଡିଆରେ ଖେଳୁଥିବା କିଛି ପିଲାଙ୍କୁ ଏହି ପୁରୁଣା ଟଙ୍କିଆ ନୋଟ ଭୂମିରେ ପଡିଥିବା ଦେଖିବାକୁ ମିଳିଥିଲା । ପରେ ଜଣାପଡିଲା ଯେ, ନୋଟଗୁଡିକ ବର୍ଷାରେ ଓଦା ହେବା ପରେ ବୃଦ୍ଧ ମହିଳା ଜଣକ ତାକୁ ଶୁଖାଇବା ପାଇଁ ବାହାରେ ରଖିଥିଲେ । ପିଲାଙ୍କ ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଜଣାପଡିଲା ଯେ, ବୃଦ୍ଧ ମହିଳା ଜଣକ ଏକୁଟିଆ ରହୁଛନ୍ତି ଓ ସମ୍ପର୍କୀୟମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ କାହାକୁ ବି ନିଜ କୋଠରୀରେ ପ୍ରବେଶ କରିବାକୁ ଦେଉନଥିଲେ ।

ପୋଲିସ ଯାଞ୍ଚ ପରେ ଜଣାପଡିଲା ଯେ, ବୃଦ୍ଧ ମହିଳା ଜଣକ ନିଜର କଠିନ ପରିଶ୍ରମ ଦ୍ୱାରା ଉପାର୍ଜିତ ଧନ ପ୍ରାୟ ୩୦ ହଜାର ଟଙ୍କାକୁ ଏକ ଅଖାରେ ପୁରାଇ ରଖିଥିଲେ । କିନ୍ତୁ ତାଙ୍କୁ ବିମୁଦ୍ରିକରଣ ବିଷୟରେ ବିଲକୁଲ ବି ଜଣାନାହିଁ । ବର୍ଷା ଯୋଗୁଁ ଟଙ୍କା ଓଦା ହେବାରୁ ସେ ଏହାକୁ ବାହାରେ ଶୁଖାଇଥିଲେ, ଯାହାକି ଛୋଟପିଲାଙ୍କ ନଜରକୁ ଆସିଥିଲା । ନୋଟ ଗୁଡିକ ମଧ୍ୟରେ ଅଧିକାଂଶ ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ରହିଛି । ସେ କାହା ଘରେ କାମ କରି ଓ ଦିନ ମଜୁରିଆ ଭାବେ କାମ କରି ସେହି ଟଙ୍କାକୁ ସଞ୍ଚୟ କରିଥିଲେ । ଅନ୍ୟପଟେ ସବୁକଥା ଜାଣିବା ପରେ ସ୍ଥାନୀୟ ନେତା ବୃଦ୍ଧ ମହିଳାଙ୍କୁ ଆଶ୍ୱାସନା ଦେଇ ଟଙ୍କା ପାଇବାରେ ସାହାର୍ଯ୍ୟ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.