NATIONALNATIONAL NEWSNEWSTOP STORIES

୨୦୨୨ ସୁଦ୍ଧା ମହାକାଶକୁ ଛଡାଯିବ ‘ଗଗନଯାନ’

ନୂଆଦିଲ୍ଲୀ,୧୩ ।୬: ୨୦୨୨ ସୁଦ୍ଧା ମହାକାଶକୁ ପ୍ରଥମଥର ପାଇଁ ମାନବ ପଠାଇବ ଇସ୍ରୋ । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଉପହାର ଦେବ ଇସ୍ରୋ । ‘ଗଗନଯାନ’ର ପ୍ରେରଣକୁ ସଫଳ କରିବା ଲାଗି ସ୍ୱତନ୍ତ୍ର ସେଲ୍ ଗଠିତ ହୋଇଛି । ଯୋଜନା ଓ ପ୍ରସ୍ତୁତିର ଯାଞ୍ଚ କରିବ ଜାତୀୟ ପରାମର୍ଶଦାତା ପରିଷଦ । ଏନେଇ ସୂଚନା ଦେଇଛନ୍ତି ମହାକାଶ ଓ ଆଣବିକ ଶକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ।

ସେହିଭଳି ଉଚ୍ଚାଭିଳାଷ ଯୋଜନା ନେଇ ଇସ୍ରୋ ମୁଖ୍ୟ କେ ଶିବନ୍‌ କହିଛନ୍ତି ଯେ, ‘ଏଣିକି ମହାକାଶରେ ନିଜର ସ୍ୱତନ୍ତ୍ର ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯାଉଛି ଭାରତ । ଭାରତର ମହାକାଶ ମହାଭିଯାନ ଦିଗରେ ସବୁଠାରୁ ବଡ଼ ପଦକ୍ଷେପ ହେବାକୁ ଥିବା ଏହି ପ୍ରକଳ୍ପ ଗଗନଯାନ ମିଶନର ଏକ ଅଙ୍ଗ ପାଲଟିବ । ଗଗନଯାନ ହେବ ଭାରତର ପ୍ରଥମ ହ୍ୟୁମାନ ସ୍ପେସ ମିଶନ -ପ୍ରଥମଥର ପାଇଁ ମହାକାଶକୁ ଆଷ୍ଟ୍ରୋନଟ ପଠାଇବା ଭାରତ ।’

Show More

Leave a Reply

Your email address will not be published. Required fields are marked *

Related Articles