NATIONAL NEWSNEWSTOP STORIES

ଓଡିଆ ପାଇଲଟଙ୍କ ସମେତ ମିଳିଲା ୧୩ ମୃତଦେହ ଓ ବ୍ଲାକବକ୍ସ

ନୂଆଦିଲ୍ଲୀ,୧୩ ।୬: ଭାରତୀୟ ବାୟୁସେନାର ନିଖୋଜ AN-୩୨ ବିମାନରେ ଥିବା ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବାୟୁସେନା ଅଧିକାରୀ ହେଲେ ଜି.ଏମ୍. ଚାର୍ଲସ, ଏଚ୍, ବିନୋଦ, ଆର.ଥପ୍ପା, ଏ.ତନଓ୍ୱର, ସୁନୀତ ମହାନ୍ତି, ଏମକେ ଗାର୍ଗ, କେକେ ମିଶ୍ରା, ଅନୁପ କୁମାର, ସେରିନ୍, ଏସକେ ସିଙ୍ଘ୍, ପଙ୍କଜ, ପୁତାଲି ଏବଂ ରାଜେଶ କୁମାର । ନିଖୋଜ ବିମାନରେ ଥିବା ଓଡିଆ ପାଇଲଟ୍ ସୁନୀତ ମହାନ୍ତିଙ୍କ ମୃତଦେହମଧ୍ୟ ଉଦ୍ଧାର କରାଯାଇଛି । ପାଇଲଟ୍ ସୁନୀତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଅଞ୍ଚଳର ବଳିଆପଲ୍ଲୀରେ । ଅରୁଣାଚଳ ପ୍ରଦେଶର ଦୁର୍ଘଟଣାସ୍ଥଳ ନିକଟରୁ ସେମାନଙ୍କ ମୃତଦେହ ଉଦ୍ଧାର କଲା ବାୟୁସେନା । ବାୟୁସେନା ବିମାନ AN-୩୨ରେ ଥିବା ବ୍ଲାକବକ୍ସ ମିଳିଥିବା ସୂଚନା ମିଳିଛି । ମୃତାଦେହ ଗୁଡିକୁ ନେବା ପାଇଁ ହେଲିକାପ୍ଟର ମୁତୟନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବାୟୁସେନା ବିମାନ IAF AN -୩୨ ଗତ ଜୁନ୍ ୩ ତାରିଖରେ ନିଖୋଜ ହୋଇଯାଇଥିଲା । ଏହି ବିମାନଟି ଦିନ ୧୨ଟା ୨୫ ସମୟରେ ଆସାମରୁ ଜୋରହାଟରୁ ଉଡାଣ ଭରିଥିଲା । ଦିନ ୧ଟାରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିବା ଖବର ମିଳିଥିଲା । ତେବେ ବିମାନରେ ୮କ୍ରୁମେମ୍ବରଙ୍କ ସହ ୧୩ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଥିଲା । ଭାରତୀୟ ବାୟୁସେନାର ନିଖୋଜ ବିମାନକୁ ଖୋଜିବା ମିସନରେ ସୁଖୋଇ-୩୦ ଲଢୁଆ ବିମାନ ଓ C-୧୩୦ ସ୍ପେଶାଲ Ops ବିମାନ ଲଞ୍ଚ କରାଯାଇଥିଲା । ଦୀର୍ଘ ୯ ଦିନ ପରେ AN-୩୨ ବିମାନର ଭଗ୍ନାଂଶ ଠାବ କରାଯାଇଥିଲା । ଅରୁଣାଚଳ ପ୍ରଦେଶର ସିଆଙ୍ଗୋ ଜିଲ୍ଲାର ଲିପୋରେ ବିମାନର ଭଗ୍ନାଂଶ ଠାବ କରାଯାଇଥିଲା । ନିଖୋଜ ବିମାନକୁ ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦ୍ୱାରା ସନ୍ଧାନ କରାଯାଇଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles