CRICKETNEWSSPORTTOP STORIESWorld Cup 2019

କେଉଁ ଦଳ ଖେଳିବ ବିଶ୍ୱକପ୍ ଫାଇନାଲ ?

ନୂଆଦିଲ୍ଲୀ,୧୩/୦୬ କ୍ରିକେଟ ବିଶ୍ୱକପକୁ ନେଇ ଦୁନିଆର ୧୦ଟି ଟିମ ଏବେ ଜୋରଦାର ଲଢେଇରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ କ୍ରିକେଟ ଜଗତର କିଛି ବିଶିଷ୍ଟ ବ୍ୟକ୍ତି ବିଶ୍ୱକପରେ ମଜଭୁତ ଟିମର ନାଁ କହିବା ସହ ବିଶ୍ୱକପ ଜିତିବାର ସମ୍ଭାବନା ଥିବା ମଧ୍ୟ କହିଛନ୍ତି । ଏହାକୁ ନେଇ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଆଇସିସି ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଇଂଲଣ୍ଡରେ ମ୍ୟାଚ ଖେଳୁଥିବା ବିରାଟ ବାହିନୀଙ୍କୁ ସମର୍ଥନ ସ୍ୱରୂପ ସେ ଭାରତୀୟ ଦଳର ଶୁଭ ମନାସିଛନ୍ତି ଏବଂ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ଓ ଇଂଲଣ୍ଡ ସାମ୍ନାସାମ୍ନି ହେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି । ଭାରତ ଓ ଇଂଲଣ୍ଡ ଟିମ ହେଉଛନ୍ତି ଶକ୍ତିଶାଳୀ ଟିମ୍ । ସେଥିପାଇଁ ଫାଇନାଲରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ୨୦୧୯ ବିଶ୍ୱକପକୁ ଭାରତ ନିଜ ନାଁରେ କରୁ ଏବଂ ଏହାକୁ ସେ ନିଜ ଅନ୍ତରରୁ ଚାହାଁନ୍ତି ବୋଲି କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles