fbpx

ମେଣ୍ଢା ଉପରେ ବସି ମଜା ନେଉଥିଲା ଯୁବକ, ପରେ ସେ ଏପରି ନେଲା ପ୍ରତିଶୋଧ

ସୋସିଆଲ ମିଡିଆରେ ଗୋଟିଏ ମେଣ୍ଢାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ । ଭିଡିଓରେ ଜଣେ ଯୁବକ ମେଣ୍ଢା ଉପରେ ବସି ମଜା ନେଉଥିଲା । କିନ୍ତୁ ମେଣ୍ଢାଟି କିଛି ଭିନ୍ନ ଉପାୟରେ ଯୁବକଠାରୁ ପ୍ରତିଶୋଧ ନେଲା । ପଛରୁ ଆସି ନିଜ ଶିଙ୍ଘରେ ଯୁବକକୁ ଆକ୍ରମଣ କରିଥିଲା ମେଣ୍ଢା । ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି ।

ତେବେ ଭିଡିଓଟିରେ ଜଣେ ଯୁବକ ମେଣ୍ଢାକୁ ହଇରାଣ କରୁଥିବାର ନଜର ଆସିଛି । ଯୁବକ ଜଣକ ମେଣ୍ଢାର ଶିଙ୍ଘକୁ ଧରି ତା’ଉପରେ ବସି ମଜା ନେବାରେ ଲାଗିଲା । ପରେ ସେ ମେଣ୍ଢା ଉପରୁ ଓଡ୍ଲାଇ ଆସି ନିଜ ବନ୍ଧୁମାନଙ୍କୁ ଫେରୁଥିଲା, କିନ୍ତୁ ମେଣ୍ଢାଟି ରାଗରେ ପଛରୁ ଆସି ନିଜ ଶିଙ୍ଘ ସାହାର୍ଯ୍ୟରେ ଯୁବକଙ୍କୁ ଆକ୍ରମଣ କରିଥିଲା । ମେଣ୍ଢାର ଆକ୍ରମଣରେ ଯୁବକ ଜଣକ ତଳକୁ ପଡିଯାଇଥିଲେ ।ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଥିବା ବେଳେ ଏହା ମେଣ୍ଢାର ‘ରିଟର୍ଣ୍ଣ ଗିଫ୍ଟ’ ବୋଲି ସୁଶାନ୍ତ ନନ୍ଦ କହିଛନ୍ତି । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ…

Get real time updates directly on you device, subscribe now.