NEWSODISHATOP STORIES

ଆଲୋଚନା ପରେ ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୪ା୬: ନୂଆଦିଲ୍ଲୀରେ ଓଡ଼ିଶା ଭବନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଉଭୟ ଉଭୟଙ୍କର ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ରାଜ୍ୟରେ କର୍ମନିଯୁକ୍ତି ଓ ବିକାଶ ନେଇ ଆଲୋଚନା ହୋଇଥିଲା । କେନ୍ଦ୍ର ସହ ରାଜ୍ୟ ସରକାର ନିକଟତର ହେଉଛନ୍ତି କି ପ୍ରଶ୍ନ କରିବା ପରେ ଆମେ କେନ୍ଦ୍ର ସହ ଗଠନମୂଳକ ସହଯୋଗରେ ବିଶ୍ୱାସ କରୁ ଉତ୍ତରରେ କହିଛନ୍ତି ନବୀନ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି ଓଡ଼ିଶାରେ ଫୋନି କ୍ଷୟକ୍ଷତି ନେଇ ଆଲୋଚନା ହୋଇଥିଲା । ଓଡ଼ିଶାବାସୀଙ୍କ ବିକାଶ ନେଇ ଉଭୟ ସରକାରଙ୍କ ଦାୟିତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଛି । ସାକ୍ଷାତ ବିଲକୁଲ ରାଜନୈତିକ ସାକ୍ଷାତ ନଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles