fbpx

ସୁନା ଓ ରୂପା ଦରରେ ଅହେତୁକ ବୃଦ୍ଧି: ସୁନା ରେଟ୍ ୫୦ହଜାର ଓ ରୂପା ୬୧ହଜାର

ନୂଆଦିଲ୍ଲୀ, ୨୨ା୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ଏବେ କରୋନା ଭଳି ମହାମାରୀ ସହ ଲଢ଼େଇ କରୁଛନ୍ତି । ଏହାରିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭଳି ଦେଶରେ ଦିନକୁ ଦିନ ସୁନା ଓ ରୂପା ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ସୁନା ୧୦ ଗ୍ରାମ ପ୍ରତି ୫୦ହଜାରକୁ ବୃଦ୍ଧି ପାଇଥିବା ବେଳେ ରୂପା କିଲୋଗ୍ରାମ ପ୍ରତି ୬୧ହଜାରରେ ପହଞ୍ଚିଛି । ଅନ୍ତର୍ଜାତୀୟଳ ବଜାରରେ ସୁନା ଓ ରୂପା ଦର ପ୍ରବଳ ବୃଦ୍ଧି ପାଇଁ ଭାରତରେ ଏହାର ରେଟ ବୃଦ୍ଧି ପାଉଛି । ଭାରତୀୟ ବଜାରରେ କିଲୋଗ୍ରାମ ପ୍ରତି ରୂପାର ମୂଲ୍ୟ ୬୧,୨୦୦ ଟଙ୍କା ରହିଛି । ଗତ ସାତବର୍ଷ ମଧ୍ୟରେ ଏହା ହେଉଛି ରୂପାର ସର୍ବାଧିକ ମୂଲ୍ୟ ।୨୦୨୦ ମସିହାରେ ଏହା ୩୦ପ୍ରତିଶତ ଅଭିବୃଦ୍ଧି ହୋଇଛି । ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଚ ରେ ପୂର୍ବ ଅପେକ୍ଷା କିଲୋଗ୍ରାମ ପ୍ରତି ୩୨୦୮ ଟଙ୍କା ତଥା ୫.୫୯ ପ୍ରତିଶତ ବୃଦ୍ଧି ପାଇ ୬୧,୧୫୦ରେ ପହଞ୍ଚିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଚ ରେ ବାଣିଜ୍ୟ ସମୟରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୫୮,୦୦୦ ଟଙ୍କାରେ ଆରମ୍ଭ ହୋଇ ୬୧,୨୦୦ ଟଙ୍କାରେ ପହଞ୍ଚିଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.