fbpx

ଏସଆଇ ଓ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର, ୨୪ା୭(ଓଡ଼ିଶା ଭାସ୍କର): କେନ୍ଦୁଝରରେ ବେଆଇନ ଭାବେ ବାଲିଖାଦାନରୁ ବଟି ଆଦାୟ କରୁଥିଲେ ନନ୍ଦିପଦା ଥାନା ଏସଆଇ ଓ ସେଥିରେ କନେଷ୍ଟବଳ ମଧ୍ୟ ସାମିଲ ରହିଥିଲେ । ବଟି ଆଦାୟ ନେଇ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ତେଣୁ ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ନନ୍ଦିପଦା ଥାନା ଏସଆଇ ରଣଜିତ ପଟ୍ଟନାୟକ ଓ କନେଷ୍ଟବଳ ଜଗବନ୍ଧୁ ରାଉତଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଉଭୟଙ୍କୁ ନିଲମ୍ବନ କରିଛନ୍ତି ଏସପି ।

Get real time updates directly on you device, subscribe now.