fbpx

ବଡ଼ ଖବର: ଶିକ୍ଷା ବ୍ୟବସ୍ଥାରୁ ହଟିବ ଏମ.ଫିଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ, ୨୯ା୭: ୩୪ ବର୍ଷ ପରେ ପରିବର୍ତ୍ତନ ହୋଇଛି ଜାତୀୟ ଶିକ୍ଷା ନୀତି । ନୂଆ ଶିକ୍ଷାନୀତି ନେଇ କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ର ନାମ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରଣାଳୟ କରାଯିବ । ସାମଗ୍ରିକ, ବହୁ ବିକଳ୍ପ ବିଶିଷ୍ଟ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ । ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ୩ ଓ ୪ ବର୍ଷିଆ ହେବ । ଚାକିରି କରିବାକୁ ଚାହୁଁଥିଲେ ୩ବର୍ଷରେ ସ୍ନାତକ ସାରିପାରିବେ । ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଁଥିଲେ ୪ ବର୍ଷରେ ସ୍ନାତକ ସରିବ । ପିଜି ପାଠ୍ୟକ୍ରମରେ ବି ବର୍ଷିକିଆ ଓ ଦୁଇ ବର୍ଷିଆ ବିକଳ୍ପ ରହିବ । ୫ବର୍ଷିଆ ଇଣ୍ଟିଗ୍ରେଟେଡ଼ ବ୍ୟାଚେଲର୍ସ ଓ ମାଷ୍ଟର୍ସ ଡ଼ିଗ୍ରୀ ବ୍ୟବସ୍ଥା କରାଯିବ । ଏଣିକି ଆଉ ଏମ.ଫିଲ ପଢ଼ିବାର ବ୍ୟବସ୍ଥା ରହିବନି । ରାଜ୍ୟ-କେନ୍ଦ୍ରର ଭାଗୀଦାରିରେ ଶିକ୍ଷାରେ ଜିଡ଼ିପିର ୬ ପ୍ରତିଶତ ଖର୍ଚ୍ଚ ଉଦ୍ୟମ ହେବ । ଅଧାରୁ ପାଠ ଛାଡ଼ିଲେ ବି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ମିଳିପାରିବ । ମଝିରେ ବିରତି ନେଇ ପୁଣି ଅଧାରୁ ପାଠପଢ଼ା ଆରମ୍ଭ କରାଯାଇପାରିବ । ସାରା ଦେଶରେ ଉଚ୍ଚଶିକ୍ଷା ପାଇଁ ଗୋଟିଏ ନିୟାମକ ସଂସ୍ଥା ରହିବ । କେବଳ ଆଇନଗତ ଓ ଡାକ୍ତରୀ ଶିକ୍ଷା ପାଇଁ ଅଲଗା ବୋର୍ଡ଼ ରହିବ । ଆଞ୍ଚଳିକ ଭାଷାରେ ମଧ୍ୟ ଇ-ପାଠ୍ୟକ୍ରମ ଆରମ୍ଭ କରାଯିବ । ପୂର୍ବରୁ କେବଳ ହିନ୍ଦୀ ଓ ଇଂରାଜିରେ ଇ-ପାଠ୍ୟକ୍ରମ ସୀମିତ ଥିଲା । ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷାଦାନର ମାଧ୍ୟମ ମାତୃଭାଷା ହେବ । ଗ୍ରେଡ଼ ଅନୁସାରେ ଅନୁଷ୍ଠାନକୁ ବିଭିନ୍ନ ସ୍ତରର ସ୍ୱୟଂଶାସନ ଦିଆଯିବ । ନୂଆ ନୀତିରେ ଶୈକ୍ଷିକ, ପ୍ରଶାସନିକ ଓ ଆର୍ଥିକ ସ୍ୱୟଂଶାସନ ରହିବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.