fbpx

ଭୁବନେଶ୍ୱରରେ ମାଡିଚାଲିଛି କରୋନା: ଆଜି ପୁଣି ୧୦୫ ଚିହ୍ନଟ

ଭୁବନେଶ୍ୱର, ୩୦ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି, ଯେଉଁଥରୁ ବାଦ୍ ପଡିନି ଭୁବନେଶ୍ୱର । ଆଜି ପୁଣି ରାଜଧାନୀରୁ ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜଧାନୀରେ ଆଜି ୧୨୩ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୦୭କୁ ବୃଦ୍ଧି ପାଇଛି । ୧୩୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫୧ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.